www.samajalive.in
Sunday, December 7, 2025
14.1 C
Bhubaneswar

ଧନତେରସ୍‌ରେ ମହାସଂଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ବଦଳିଯିବ ଜୀବନ..

ଚଳିତ ବର୍ଷ ଧନତେରସ୍‌ରେ ଇନ୍ଦ୍ର ଯୋଗ, ତ୍ରିପୁଷ୍କର ଯୋଗ, ଲକ୍ଷ୍ମୀ-ନାରାୟଣ ଯୋଗ ଓ ଶଶ ରାଜଯୋଗ ୪ଟି ଅତ୍ୟନ୍ତ ଶୁଭ ଯୋଗ ସୃଷ୍ଟି ହେଉଛି । ଯାହାକି ଧନତେରସ୍‌ର ମହତ୍ତ୍ୱ ବଢାଇ ଦେଇଛି । ମଙ୍ଗଳବାର ୨୯ ଅକ୍ଟୋବର ୨୦୨୪ରେ ଅତ୍ୟନ୍ତ ଶୁଭ ଯୋଗ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଭାଗ୍ୟଶାଳୀ କରିବା ସହ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଜାଣନ୍ତୁ..

ଏହି ୪ଟି ଶୁଭ ଯୋଗରେ ଜିନିଷ କିଣିବା ଦ୍ୱାରା ଧନ-ସମ୍ପତ୍ତି, ହସଖୁସି ବୃଦ୍ଧି ହୋଇଥାଏ ବୋଲି ମାନ୍ୟତା ରହିଛି ।

- Advertisement -

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ଧନତେରସ୍‌ରେ ଖୁବ୍‌ ଧନ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ଅତ୍ୟନ୍ତ ଶୁଭ ଯୋଗ ରହିଥିବାରୁ ସଫଳତା ମିଳିବ । ପଦନ୍ନୋତି ସହ ଧନ ପ୍ରାପ୍ତି ହେବ । ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ । ନୂଆ କାମ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି ।

ବୃଷ – ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ କରିଥିବା ପରିଶ୍ରମର ଫଳ ମିଳିବ । ଶନିଙ୍କ ବିଶେଷ କୃପା ପ୍ରାପ୍ତି ହେବ । ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ନୂଆ ଚାକିରି ମିଳିବ । ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ବିତାଇବେ ।

ଧନତେରସ୍‌ରେ କିଣି ଆଣନ୍ତୁ ମାତ୍ର ୧୦ ଟଙ୍କାର ଏହି ଜିନିଷ, ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା..

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ କୁବେର ଦେବତାଙ୍କ ଆଶୀର୍ବାଦରେ ଧନ ସମ୍ପତ୍ତି ବୃଦ୍ଧି ହେବ । ଭୂମି, ଯାନ କିଣିବା ପାଇଁ
ଶୁଭ ଯୋଗ ରହିଛି । ବ୍ୟବସାୟୀ ଲାଭବାନ୍‌ ହେବେ । ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୁତ ହେବ ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିବ । ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୁତ ହେବ ।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ସୁଖସମୃଦ୍ଧି, ଧନ-ସମ୍ପତ୍ତି ପ୍ରାପ୍ତି ହେବ । ସମସ୍ୟା ଦୂର ହେବ । ସଫଳତା ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ପରିବାରରେ ହସଖୁସିର ବାତାବରଣ ରହିବ ।

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କର ସଞ୍ଚୟ କରିଥିବା ଧନ ବୃଦ୍ଧି ହେବ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ବ୍ୟବହାରରେ ଅନ୍ୟମାନଙ୍କୁ ଆକର୍ଷିତ କରିବେ । ଖୁବ୍‌ ଧନ ପ୍ରାପ୍ତି ହେବ ।

 

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories