www.samajalive.in
Saturday, December 13, 2025
26.1 C
Bhubaneswar

ଇରାନ ସେନାକୁ ଖାମେନେଇଙ୍କ ପରାମର୍ଶ: ଇସ୍ରାଏଲକୁ ଉଚିତ୍ ଜବାବ ଦେବାକୁ ଯୋଜନା କର

ତେହରାନ: ଇସ୍ରାଏଲର ଆକ୍ରମଣ ପରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ରବିବାର ବରିଷ୍ଠ ସେନା ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ବୈଠକରେ ଖାମେନେଇ ଇସ୍ରାଏଲକୁ କଡା ଜବାବ ଦେବାକୁ ଆବଶ୍ୟକ ଯୋଜନା ପ୍ରସ୍ତୁତ କରିବାକୁ ସେନା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଇସ୍ରାଏଲ ଉପରେ ଏପରି ଆକ୍ରମଣ ହେବା ଦରକାର ଯେପରିକି ଏହା ଇରାନର ଶକ୍ତି ଓ ସାମର୍ଥ୍ୟ ବାବଦରେ ଅବଗତ ହୋଇପାରିବ। ସେ କହିଛନ୍ତି ଯେ ଇସ୍ରାଏଲ ଯେଉଁ ଆକ୍ରମଣ କରିଛି ତାକୁ ଛୋଟ ବୋଲି ଭାବିବା ଉଚିତ୍‌ ନୁହେଁ କି ଏହାକୁ ଅତିରଞ୍ଜିତ କରାଯିବା ଉଚିତ୍ ନୁହେଁ। ଶୁକ୍ରବାର ବିଳମ୍ବିତ ରାତିରେ ଇସ୍ରାଏଲ ବାୟୁସେନା ଇରାନର ଏକାଧିକ ସହର ଉପରେ ଆକ୍ରମଣ କରିଥିଲା। ଇରାନର ଏହି ଆକ୍ରମଣକୁ ଇରାନ ଉପେକ୍ଷା କରିଛି। ଇରାନ କହିଛି ଯେ ଇସ୍ରାଏଲର ଆକ୍ରମଣରେ ଏହାର ବିଶେଷ କ୍ଷୟକ୍ଷତି ହୋଇନାହିଁ। ଇସ୍ରାଏଲର ଆକ୍ରମଣକୁ ବାୟୁସୀମା ସୁରକ୍ଷା ବ୍ୟବସ୍ଥା ପ୍ରତିହତ କରିବାରେ ସଫଳ ହୋଇଥିବା ଇରାନ କହିଛି। ଅକ୍ଟୋବର ୧ରେ ଇସ୍ରାଏଲ ଉପରେ ୨୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ ପୂର୍ବକ ଇରାନ ପ୍ରଥମେ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ଇସ୍ରାଏଲ ନିରବ ରହିବା ପରେ ଶୁକ୍ରବାର ରାତିରେ ପ୍ରତିଆକ୍ରମଣ କରିଥିଲା। ଇରାନ ବିରୋଧରେ ଇସ୍ରାଏଲ କରିଥିବା ଅଭିଯାନକୁ ତିନିଟି ପର‌୍ୟ୍ୟାୟରେ କାର‌୍ୟ୍ୟକାରୀ କରିଥିଲା। ଇସ୍ରାଏଲର ୧୦୦ଟି ଯୁଦ୍ଧବିମାନ ନିର୍ଦିଷ୍ଟ ଅଞ୍ଚଳକୁ ଟାର୍ଗେଟ କରି ବୋମାବର୍ଷଣ କରିଥିଲା। ଇସ୍ରାଏଲର ଏହି ଆକ୍ରମଣରେ ଇରାନର ୪ଜଣ ସୈନିକ ପ୍ରାଣ ହରାଇଥିବା ତେହରାନ ସ୍ବୀକାର କରିଛି। ତେବେ ଇରାନର ସାମରିକ ଘାଟି, ଅସ୍ତ୍ରାଗାର ଓ ତୈଳ ଭଣ୍ଡାରକୁ ନିଶାଣ କରି ଇସ୍ରାଏଲ ଆକ୍ରମଣ କରିଥିବା କହିଥିବାବେଳେ ଏହାର କ୍ଷୟକ୍ଷତି ସମ୍ପର୍କରେ ତେହରାନ କିଛି କହି ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories