ବରୀ ନାବାଳିକା ଦୁଷ୍କର୍ମ ମାମଲା: କେନ୍ଦ୍ରାପଡ଼ାରୁ ଗିରଫ ହେଲା ଅଭିଯୁକ୍ତ

ସମାଜ ଡିଜିଟାଲ ଡେସ୍କ: ଯାଜପୁର ଜିଲା ବରୀରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ କାଳିଆ ପରିଡ଼ା(୫୪)କୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଦାଣ୍ଡିସାହିରୁ ଗିରଫ କରିଛି ଯାଜପୁର ପୁଲିସ। ଘଟଣା ପରେ ସେ ଦାଣ୍ଡିସାହିରେ ନିଜ ବନ୍ଧୁ ଘରେ ଲୁଚିଥିବାବେଳେ ଶନିବାର ରାତିରେ ଗିରଫ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ନାବାଳିକାର ପଡ଼ୋଶୀ ତଥା ଅଭିଯୁକ୍ତ କାଳିଆ ପରିଡ଼ା ନିଜ ଘରେ ଥିବା ଠେକୁଆ ଦେଖାଇବାକୁ କହି ନାବାଳିକାକୁ ଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକତ୍ସିତ ହେଉଥିବା ଜଣାପଡ଼ିଛି।

Comments are closed.