www.samajalive.in
Saturday, December 6, 2025
16.1 C
Bhubaneswar

ସରକାରୀ ନିର୍ଦ୍ଦେଶନାମାକୁ ଅମାନ୍ୟ 

ଆଠଗଡ: ବାତ୍ୟା ପରବର୍ତ୍ତୀ ସ୍ଥିତି ଆକଳନ ଓ ତତସମ୍ବନ୍ଧୀୟ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଶନିବାର ଓ ରବିବାର ଛୁଟି ବାତିଲ କରି କାର୍ଯ୍ୟାଳୟ ଖୋଲା ରହିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ହେଲେ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶକୁ କେତେକ ଅଧିକାରୀ ଅମାନ୍ୟ କରି କାର୍ଯ୍ୟାଳୟ ବନ୍ଦ ରଖିଥିବା ଦେଖିବାକୁ ମିଳିଛି। ଶନିବାର ଅପରାହ୍ନ ୧୨ଟା ବେଳେ ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ସିଡିପିଓ କାର୍ଯ୍ୟାଳୟ ଫାଟକରେ ତାଲାପଡିଥିବା ଏବଂ ସଂପୃକ୍ତ ଦୁଇ କାର୍ଯ୍ୟାଳୟରେ କେହି କର୍ମଚାରୀ ନଥିବା ଦେଖାଯାଇଥିଲା। ଶନିବାର ଓ ରବିବାର ଛୁଟି ବାତିଲ ସହିତ ସମସ୍ତ କର୍ମଚାରୀ ମାନେ କାର୍ଯ୍ୟରେ ଯୋଗଦେବା ପାଇଁ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆଠଗଡ ଉପଖଣ୍ଡରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ଖୋଲା ରହିଥିବାବେଳେ ଏହି ଦୁଇ ସରକାରୀ କାର୍ଯ୍ୟାଳୟ ଖୋଲା ଯାଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ବାତ୍ୟା ପରବର୍ତ୍ତୀ ସମୟରେ କ୍ଷୟକ୍ଷତିର ଆକଳନ ସାଙ୍ଗକୁ ସାଧାରଣ ଲୋକଙ୍କ ମୌଳିକ ସୁବିଧା ଯେପରି ବ୍ୟାହତ ନହୁଏ ସେଥିପାଇଁ ଛୁଟି ବାତିଲ ଭଳି ପଦକ୍ଷେପ ଗ୍ରହଣ କରୁଥିଲାବେଳେ ଏଠାରେ ବିଭାଗୀୟ ଅଧିକାରୀ ମାନେ ସେଥିପ୍ରତି କର୍ଣ୍ଣପାତ କରୁ ନଥିବା ନେଇ ଅଭିଯୋଗ ହେଉଛି। ଏ ବିଷୟରେ ଭାରପ୍ରାପ୍ତ ବିଡ଼ିଓଙ୍କୁ ଯୋଗାଯୋଗରେ ଯୋଗାଯୋଗ ହୋଇପାରି ନଥିଲା। ସିଡିପିଓଙ୍କ ଯୋଗାଯୋଗ କରିବାରେ ସମସ୍ତ ଅଙ୍ଗନବାଡି ଅଧିକାରୀ ଓ କର୍ମଚାରୀ କ୍ଷେତ୍ରରେ କାମ କରୁଥିବା କହିଥିଲେ । ତେବେ କାର୍ଯ୍ୟାଳୟ ବନ୍ଦ ରଖିବାର କାରଣ ସମ୍ପର୍କରେ କାହାଠାରୁ କିଛି ସନ୍ତୋଷଜନକ ଉତ୍ତର ମିଳିନଥିଲା ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories