www.samajalive.in
Wednesday, December 10, 2025
16.1 C
Bhubaneswar

ବାତ୍ୟା ପ୍ରଭାବରେ ୧୩୪ ପଞ୍ଚାୟତରେ ଖରିଫ ଚାଷ ପ୍ରଭାବିତ

କେନ୍ଦୁଝରଗଡ଼: ସାମୁଦ୍ରିକ ବାତ୍ୟା ‘ଦାନା’ ପ୍ରଭାବରେ ଜିଲାରେ ଖରିଫ ଚାଷ ବ୍ୟାପକ ପ୍ରଭାବିତ ହୋଇଥିବା ଜିଲା କୃଷି ବିଭାଗ ପକ୍ଷରୁ ପ୍ରାଥମିକ ଆକଳନ ପରେ ସ୍ପଷ୍ଟ ହୋଇଛି। ଜିଲାର ୧୩ଟି ବ୍ଲକ ମଧ୍ୟରୁ ଘସିପୁରା ଓ କେନ୍ଦୁଝର ସଦର ବ୍ଲକରେ ୨୫ଟି ଲେଖାଏଁ ପଞ୍ଚାୟତ, ଝୁମ୍ପୁରା ବ୍ଲକର ୨୨ଟି ପଞ୍ଚାୟତ, ହରିଚନ୍ଦନପୁର ପଞ୍ଚାୟତର ୨୧ଟି ପଞ୍ଚାୟତ, ବାଂଶପାଳ ବ୍ଲକର ୧୭ଟି ପଞ୍ଚାୟତ, ଆନନ୍ଦପୁର ବ୍ଲକର ୧୨ଟି ପଞ୍ଚାୟତ, ଘଟଗାଁ ବ୍ଲକର ୮ଟି ପଞ୍ଚାୟତ ଓ ହାଟଡିହି ବ୍ଲକର ୪ଟି ପଞ୍ଚାୟତକୁ ମିଶାଇ ମୋଟ ୧୩୪ଟି ପଞ୍ଚାୟତର ୫୭୫ଟି ଗ୍ରାମର ଖରିଫ ଚାଷ ପ୍ରଭାବିତ ହୋଇଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି। ସେଥିମଧ୍ୟରୁ ୩୨୬୦ ହେକ୍ଟର ଚାଷ ଜମିରେ ହୋଇଥିବା ଚାଷ ବାତ୍ୟା ‘ଦାନା’ ପ୍ରଭାବରେ ପବନରେ କ୍ଷେତରେ ଶୋଇ ପଡ଼ିଥିବା ବେଳେ କେବଳ ଆନନ୍ଦପୁର, ଘସିପୁରା ଓ ହାଟଡିହି ବ୍ଲକକୁ ମିଶାଇ ମୋଟ ୪୮୨ ହେକ୍ଟର ଚାଷ ଜମିରେ ପାଣି ବୁଡି ହୋଇ ରହିଥିବାରୁ ଖରିଫ ଚାଷ ବେଶ୍‌‌ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଜିଲାର ପାଟଣା, ସାହାରପଡ଼ା, ତେଲକୋଇ, ଯୋଡା ଓ ଚମ୍ପୁଆ ବ୍ଲକରେ ବାତ୍ୟା ଯୋଗୁଁଁ ଖରିଫ ଚାଷ ପ୍ରଭାବିତ ହୋଇ ନଥିବାବେଳେ କୃଷି ବିଭାଗ ପକ୍ଷରୁ ପରବର୍ତ୍ତୀ ସମୟରେ ବାତ୍ୟା ‘ଦାନା’ ପ୍ରଭାବରେ ପ୍ରଭାବିତ ଖରିଫ ଚାଷ ମଧ୍ୟରୁ କେତେ ଚାଷ କ୍ଷତିଗ୍ରସ୍ତ ହୋଇଛି ତାହାର ସଠିକ୍‌‌ ଆକଳନ କରାଯାଇ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରାଯିବ ବୋଲି ଜିଲା କୃଷି ଅଧିକାରୀ ପର୍ଶୁରାମ ବେହେରା କହିଛନ୍ତି। ସେହିଭଳି ବାତ୍ୟା ‘ଦାନା’ ପ୍ରଭାବରେ ଜିଲାରେ ମୋଟ ୪୦ଟି ବାସଗୃହ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଶନିବାର ସନ୍ଧ୍ୟା ସୁଦ୍ଧା ସମଗ୍ର ଜିଲାରେ ପାନୀୟଜଳ ଓ ବିଦ୍ୟୁତ୍‌‌ ଯୋଗାଣ ସ୍ୱାଭାବିକ୍‌‌ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାସ୍ତାରେ ପଡ଼ିଥିବା ଗଛକୁ ମଧ୍ୟ କଟାଯାଇ ସ୍ଥାନାନ୍ତର କରାଯିବା ସହ ଜିଲାର କୌଣସି ସ୍ଥାନରେ ରାସ୍ତା ଅବରୋଧ ରହିନଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ବାତ୍ୟା ‘ଦାନା’ ପ୍ରଭାବରେ ସୃଷ୍ଟି ଲଘୁଚାପ ଯୋଗୁଁଁ ଜିଲାରେ ଦିନତମାମ୍‌‌ ଲଗାଣବର୍ଷା ଲାଗରି ରହିଥିବାରୁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଶନିବାର ଜିଲାରେ ରେକର୍ଡ ହୋଇଥିବା ମୋଟ ୩୫୭.୮ମି.ମି. ବର୍ଷା ମଧ୍ୟରୁ ଘସିପୁରା ବ୍ଲକରେ ସର୍ବାଧିକ ୯୪.୭ମି.ମି., ଆନନ୍ଦପୁର ବ୍ଲକରେ ୭୭.୫ମି.ମି., ହାଟଡିହି ବ୍ଲକରେ ୭୫.୪ମି.ମି. ଓ ଘଟଗାଁ ବ୍ଲକରେ ୩୪.୭ମି.ମି. ବର୍ଷା ରେକର୍ଡ ହୋଇଥିବା ଜଣାପଡ଼ିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories