www.samajalive.in
Monday, December 8, 2025
13.1 C
Bhubaneswar

ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା; ବାଦ ପଡ଼ିଲେ ସାମି, ଅକ୍ଷର

ସମାଜ ଡିଜିଟାଲ ଡେସ୍କ: ବର୍ଡର ଗାଭାସ୍କର ଟ୍ରଫି ପାଇଁ ୧୮ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତୀୟ ଦଳ। ଦଳରେ ନୂଆ ଚେହେରା ଭାବେ ଟେଷ୍ଟ ଟିମରେ ସାମିଲ ହୋଇଛନ୍ତି ନୀତିଶ କୁମାର ରେଡ୍ଡି ଓ ହର୍ଷିତ ରାଣା। ସେପଟେ ମହମ୍ମଦ ସାମି, ଅଲରାଉଣ୍ଡର ଅକ୍ଷର ପଟେଲ ଓ ସାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସୁଯୋଗ ମିଳିନାହିଁ। ଆହତ କାରଣରୁ କୁଳଦୀପ ଯାଦବ ବାଦ ପଡ଼ିଥିବା ବେଳେ ଫାଷ୍ଟ ବୋଲର କ୍ରିଷ୍ଣାଙ୍କୁ ସରପ୍ରାଇଜ୍‌‌ ଏଣ୍ଟ୍ରି ଦିଆଯାଇଛି। ତେବେ ଭାରତୀୟ ଦଳରେ ଥିବା ବୁମରା, ସିରାଜ ଓ ଆକାଶଦୀପଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ବର୍ଡର ଗାଭାସ୍କର ଟ୍ରଫି ଖେଳିବା ପାଇଁ ଆସନ୍ତା ମାସରେ ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତୀୟ କ୍ରିକେଟ ଦଳ। ନଭେମ୍ବର ୨୨ରୁ ଅଷ୍ଟ୍ରେଲିଆ ସହ ଭାରତ ମୋଟ ୫ଟି ଟେଷ୍ଟ ମ୍ୟାଚ ଖେଳିବ। ଦଳରେ ରୋହିତ ଶର୍ମା ଅଧିନାୟକ ଥିବାବେଳେ ଯଶପ୍ରୀତ ବୁମରା ଉପଅଧିନାୟକ ରହିଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories