ବାତ୍ୟା ‘ଦାନା’ – ଓଡ଼ିଶାରେ ୨୦ଟି ଓ ପଶ୍ଚିମବଙ୍ଗରେ ୧୭ଟି ଏନଡିଆରଏଫ ଟିମ୍ ମୁତୟନ
ଡେସ୍କ: ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ – ଏନଡିଆରଏଫ୍ ପକ୍ଷରୁ ଓଡ଼ିଶାରେ ୨୦ଟି ଓ ପଶ୍ଚିମବଙ୍ଗରେ ୧୭ଟି ଟିମ୍ ମୁତୟନ କରାଯାଇଛି। ଏନଡିଆରଏଫ ଡିଆଇଜି ମୋହସେନ ସାହିଦି ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି ଯେ, ଓଡ଼ିଶାର ପ୍ରଭାବିତ ଅଞ୍ଚଳରେ ଥିବା ୧ ଲକ୍ଷ ୭୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟର ଅନ୍ୟ ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲା ସହ ଓଡ଼ିଶାର ଭଦ୍ରକ ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ଥିବା ସେ କହିଛନ୍ତି।
Comments are closed.