www.samajalive.in
Saturday, December 6, 2025
19.1 C
Bhubaneswar

ନିଜେ ସମ୍ବଳ ସୃଷ୍ଟି କର

ନୂଆଦିଲ୍ଲୀ: ତ୍ରିପୁରା ସମେତ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ବିକାଶ ପାଇଁ ନିଜେ ସମ୍ବଳ ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ନନ୍ଦ କିଶୋର ସିଂହ। ଯଦି ଘରୋଇ ନିବେଶକଙ୍କୁ ଆକୃଷ୍ଟ କରିବାରେ ଉକ୍ତ ରାଜ୍ୟଗୁଡ଼ିକ ବିଫଳ ହୁଅନ୍ତି ତେବେ ଭବିଷ୍ୟତରେ ଋଣ ଭାର ଓ ବିତ୍ତୀୟ ନିଅଣ୍ଟ ଅଣାୟତ୍ତ ହୋଇଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ସ୍ୱାସ୍ଥ୍ୟ, ଆଇଟି, ଶକ୍ତି, ଶିକ୍ଷା ଓ ପର୍ଯ୍ୟଟନର ବିକାଶ ପାଇଁ ତ୍ରିପୁରା ରାଜ୍ୟ ସରକାର କେନ୍ଦ୍ରୀୟ ଟିକସରୁ ଅଧିକ ଭାଗ ଦାବି କରିଥିଲେ। ଏହାର ପ୍ରତିକ୍ରିୟାରେ ଶ୍ରୀ ସିଂହ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନୂଆ ଯୋଜନା ପ୍ରଭାବଶାଳୀ। ରାଜ୍ୟର ଆବଶ୍ୟକତା ଓ ଆର୍ଥିକ ସମସ୍ୟା ପ୍ରତି ଆୟୋଗ ଅବଗତ ଅଛନ୍ତି। ଶ୍ରୀ ସିଂହ କହିଛନ୍ତି ଯେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ଦୀର୍ଘସ୍ଥାୟୀ ବିକାଶ ପାଇଁ କେନ୍ଦ୍ର ସରକାର ଏକ ମାଷ୍ଟରପ୍ଲାନ୍‍ ପ୍ରସ୍ତୁତ କରିଛନ୍ତି। ତ୍ରିପୁରାର ମାନବ ସମ୍ବଳ ବିକାଶ ପାଇଁ ମଧ୍ୟ ଏକ ମାଷ୍ଟରପ୍ଳାନ ପ୍ରସ୍ତୁତ କରାଯାଇଛି। କିନ୍ତୁ ଦୀର୍ଘସ୍ଥାୟୀ ଯୋଜନା ପାଇଁ ତ୍ରିପୁରା ସମେତ ଅନ୍ୟାନ୍ୟ ରାଜ୍ୟଙ୍କୁ ନିଜସ୍ୱ ସମ୍ବଳ ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories