www.samajalive.in
Wednesday, December 10, 2025
26.1 C
Bhubaneswar

କଣ୍ଟାବାଞ୍ଜି ମହାବିଦ୍ୟାକୟ ପକ୍ଷରୁ ଲେଖକ ଦେଖା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ‘ଲେଖକ ଦେଖା’ ଏକ ମହତ୍ କାର୍ଯ୍ୟକ୍ରମ। ମା ସରସ୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତିର ଏକ ସରଳ ଓ ସୁନ୍ଦର ମାଧ୍ୟମ। ‘ଲେଖକ ଦେଖା ‘ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ହୃଦୟରେ ପଠନ ସ୍ପୃହା ସୃଷ୍ଟି ହେବା ସହ ସାହିତ୍ୟ ଓ ସାହିତ୍ୟକଙ୍କ ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ଏ ମତ ପ୍ରକାଶ ପାଇଛି କଣ୍ଟାବାଞ୍ଜି ମହାବିଦ୍ୟାଳୟର ସ୍ନାତ୍ତକୋତ୍ତ୍ୱର ଓଡ଼ିଆ ବିଭାଗ ଦ୍ୱାରା ଆୟୋଜିତ ଲେଖକ ଦେଖା କାର୍ଯ୍ୟକ୍ରମରେ। ସୂଚନାଯୋଗ୍ୟ କେ. ଭି କଲେଜ, କଣ୍ଟାବାଞ୍ଜିର ସ୍ନାତ୍ତକୋତ୍ତ୍ୱର ଓଡ଼ିଆ ବିଭାଗ ପକ୍ଷରୁ ‘ଲେଖକ ଦେଖା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଭାଗର ମୁଖ୍ୟ ଡ଼ ସଞ୍ଜୟ କୁମାର ମିଶ୍ରଙ୍କ ତତ୍ତ୍ୱlବଧାନରେ ଆୟୋଜିତ ଲେଖକ ଦେଖାରେ ଛାତ୍ର ଛାତ୍ରୀ ମାନେ ବଲାଙ୍ଗୀର ଯାଇ ସାହିତ୍ୟିକ ସଂଦୀପ କୁମାର କୁଆଁର ଗାଳ୍ପିକ ପ୍ରଦୀପ କୁମାର ମିଶ୍ର, ଗାଳ୍ପିକା ଡକ୍ଟର ମଞ୍ଜୁଵାଳା ପଣ୍ଡା, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖିକା ଗାୟତ୍ରୀ ସରାଫ, ପ୍ରବନ୍ଧିକା ଡକ୍ଟର ସୁଷମା ମଞ୍ଜରୀ ନାୟକ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଉମା ବଲ୍ଲଵ ମହାପାତ୍ର ପ୍ରମୁଖଙ୍କୁ ଦେଖା କରି କଥାବାର୍ତ୍ତା ହୋଇଥିଲେ। ଛାତ୍ର ଛାତ୍ରୀ ମାନେ ଲେଖକ ଲେଖିକା ମାନଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଅନେକ ବିଷୟ ପଚାରି ବୁଝିଥିଲେ। ଲେଖକ ଲେଖିକା ମାନେ ଏ ଅବସରରେ ଖୁବ ଖୁସି ହେବା ସହ କାର୍ଯ୍ୟକ୍ରମକୁ ଅନେକ ପ୍ରଶଂସା କରିଥିଲେ। ଡ ସଞ୍ଜୟ ମିଜ଼ରଞ୍ଜ ଉଦ୍ୟମ କ୍ରମେ ଛାତ୍ରୀ ଲଷ୍ମୀ ସାହୁ, ଅଭିଜ୍ଞା ଥପା, ଧନମତି ମାହାର, ଶୁଭଶ୍ରୀ ବିଶ୍ୱାଳ, ନିହାରିକା କମ୍ପ, ଅଙ୍କିତା ନାଏକ, ଗୁଣ୍ଡିଚା ସାହୁ, ତୁଳସୀ ପୁଟେଲ, ଆକାଶ ରଣା, କୌଶଲ୍ୟା ବାଗ ଓ ଛାତ୍ର ବିମଳ ଦନସେନା, ବେଣୁ ନାଗ, ଆଲୋକ କରଣ, ଚନ୍ଦନ ମହାନନ୍ଦ, ବାବୁକା ଛୁରା ପ୍ରମୁଖ ଏଥିରେ ଭାଗ ନେଇଥିଲେ। ପଞ୍ଚାନନ ମିଶ୍ର,ଜୟକୃଷ୍ଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories