www.samajalive.in
Wednesday, December 10, 2025
16.1 C
Bhubaneswar

ଲୋକଙ୍କ ଚାନ୍ଦାରେ ମରାମତି ହେଲା ବାହାଦୁର ପେଣ୍ଠ-ରାମଚନ୍ଦ୍ରପୁର ରାସ୍ତା ଆଲୁଅ

ଗୋପାଳପୁର: ଗୋପାଳପୁର-ବ୍ରହ୍ମପୁର ପ୍ରାୟ ୧୦ କିମି ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ହାତପାଣ୍ଠିରୁ ପ୍ରାୟ ୧ କୋଟି ୨୦ ଲକ୍ଷ ବିନିଯୋଗରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଗତ ୨୦୨୨ରେ ନିର୍ମାଣ କରାଯାଇଥିଲା। ଏହା ମଧ୍ୟରେ ନିର୍ମାଣର ୨ ବର୍ଷ ବିତିଯାଇଥିବା ବେଳେ ବିଡିଏ ପାଖରେ ଏହି ଆଲୋକୀକରଣର ରକ୍ଷଣାବେକ୍ଷଣ ନିମନ୍ତେ ପାଣ୍ଠି ଅଭାବ ରହିଥିବାରୁ ପ୍ରଥମେ ବାହାଦୁର ପେଣ୍ଠ – ରାମଚନ୍ଦ୍ରପୁର ପ୍ରାୟ ଦେଢ଼ କିମି ରାସ୍ତା ଅନ୍ଧାର ହୋଇଯାଇଥିଲା। ଏହାର କିଛିଦିନ ପରେ ଡୁରା ଛକରୁ ବାହାଦୂର ପେଣ୍ଠ ଆଉ ଦେଢ଼ କିମି ରାସ୍ତା ଅନ୍ଧାର ହୋଇଗଲା। ଏହା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଡ଼ିଏ ସମ୍ପାଦକଙ୍କୁ ମଧ୍ୟ ଏହା ନେଇ ଅବଗତ କରାଇବା ସହ ମରାମତି କରିବାକୁ ଅନୁରୋଧ କରିଥିଲେ। ରାସ୍ତା ଅନ୍ଧାର ରହୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ସମେତ ଗୋପାଳପୁରକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାକୁ ନଜରରେ ରଖି ଡୁରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ନାରାୟଣ ପାତ୍ରଙ୍କ ପକ୍ଷରୁ ଅଞ୍ଚଳର କିଛି ଉତ୍ସାହୀ ଯୁବକଙ୍କୁ ଯୋଗାଡ଼ କରି ଲାଇଟ୍ ଗୁଡ଼ିକର ମରାମତି କରିଥିଲେ। ଯାହାଫଳରେ ବୁଧବାର ସନ୍ଧ୍ୟାରୁ ବନ୍ଦ ରହିଥିବା ଲାଇଟ୍ ଗୁଡ଼ିକ ଜଳିବା ସହ ରାସ୍ତା ଆଲୁଅ ହୋଇ ପାରିଛି। ଅନ୍ୟପଟେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଲାଇଟ୍ ଖଞ୍ଜା ଯାଉଥିବା ବେଳେ ଏହାର ରକ୍ଷଣାବେକ୍ଷଣ ନିମନ୍ତେ କୈାଣସି ବ୍ୟବସ୍ଥା ନକରିବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories