www.samajalive.in
Monday, December 8, 2025
13.1 C
Bhubaneswar

ପୋଖରୀରେ‌ ଗାଧୋଇବା ବେଳେ ପାଣିରେ ବୁଡି ପୁଅ ଝିଅ ସହ ମାଆ ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବଡ଼ ମସିଣାବିଲା ପଞ୍ଚାୟତ ପାଣିପଶି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗାଧୋଇବା ବେଳେ ପୋଖରୀର ଗଭୀର ପାଣିରେ ବୁଡି ପୁଅ ଝିଅ ସହ ମାଆର ମୃତ୍ୟୁ ଘଟିଛି। ମୃତକ ପବନା ମହାକୁଡ଼ଙ୍କ ପତ୍ନୀ କାମିନୀ ମହାକୁଡ଼ ଓ ୭ ବର୍ଷର ପୁଅ ମିଥୁନ ଓ ୫ ବର୍ଷର ଝିଅ ସୁନୁକା ମହାକୁଡ଼।
ଆଜି ପୂର୍ବାହ୍ନରେ ଘର ନିକଟରେ ଥିବା ପୋଖରୀକୁ ଦୁଇ ପୁଅ ଝିଅକୁ ନେଇ ମାଆ କାମିନୀ ଗାଧୋଇବା ପାଇଁ ଯାଇଥିଲେ। ମାଆ ଲୁଗା ସଫା କରିବା ସମୟରେ ପୁଅ ଝିଅ ପୋଖରୀର ଗଭୀର ପାଣିରେ ବୁଡି ଯାଉଥିବା ଦେଖି ମାଆ ଦୁଇ ଛୁଆଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଗଭୀର ପାଣିରେ ବୁଡି ଜୀବନ ହରାଇଛନ୍ତି। ନିକଟରେ ଥିବା ଛୋଟ ପୁଅଟି ଘରକୁ ଫେରି ଆସି ଜେଜେମାଆକୁ ଜଣାଇବା ପରେ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ବହୁ ଉଦ୍ୟମ କରି ପୋଖରୀ ଭିତରୁ ମୃତ ଅବସ୍ଥାରେ ମାଆ ଓ ତାଙ୍କ ଦୁଇ ପିଲାଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ୧୦୮ ପହଞ୍ଚି ସମସ୍ତ ମୃତଦେହକୁ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଛନ୍ତି। ଏନେଇ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ବାତ୍ୟା ‘ଦାନା’ ପ୍ରଭାବ; ଗୁରୁବାର ଠାରୁ ଏହି ଜିଲାରେ ପ୍ରବଳ ବର୍ଷିବ, ଜାଣନ୍ତୁ କେଉଁ ଜିଲାରେ ବହିବ କେତେ ପବନ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories