www.samajalive.in
Monday, December 8, 2025
24.1 C
Bhubaneswar

ଆଜିଠୁ ୨୫ ଯାଏ ୧୯୮ ଟ୍ରେନ୍‌ ବାତିଲ

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ‘ଦାନା’ ପ୍ରଭାବକୁ ଦୃଷ୍ଟିରେ ରଖି ରେଳଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ଭାରତୀୟ ରେଳପଥ ପକ୍ଷରୁ ଉପକୂଳ ଓଡ଼ିଶା ଦେଇ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଛତିଶଗଡ, ଝାଡଖଣ୍ଡ ସମେତ ଅନ୍ୟାନ୍ୟ ରାଜ୍ୟକୁ ଚଳାଚଳ କରୁଥିବା ୧୯୮ଟି ରେଳକୁ ବାତିଲ କରାଯାଇଛି। ଏହି ଟ୍ରେନ୍‌ ଗୁଡ଼ିକ ଆଜିଠାରୁ ୨୫ ତାରିଖ ମଧ୍ୟରେ ଚଳାଚଳ ବନ୍ଦ ରହିବ। ବାତିଲ ହୋଇଥିବା ମୋଟ ୧୯୮ ରେଳ ମଧ୍ୟରୁ ୯୪ଟି ଅପ୍‌ ଏବଂ ୧୦୪ଟି ଡାଉନ ଟ୍ରେନ ରହିଛି। ସେଥିମଧ୍ୟରେ ହାୱଡ଼ା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର, ହାୱଡ଼ା-ଭୁବନେଶ୍ୱର, ହାୱଡ଼ା-ପୁରୀ, ନୂଆଦିଲ୍ଲୀ-ପୁରୀ, ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ବର ବାତିଲ କରାଯାଇଛି। ସେହିପରି ସିକନ୍ଦରାବାଦ-ଭୁବନେଶ୍ୱର, ପୁଡୁଚେରୀ-ହାୱଡ଼ା, ପୁଡୁଚେରୀ-ଭୁବନେଶ୍ୱର ରେଳ ମଧ୍ୟ ବାତିଲ ହୋଇଥିବା ନେଇ ପୂର୍ବତଟ ରେଳପଥ ରେଳଯାତ୍ରୀଙ୍କ ନିମନ୍ତେ ଅବଗତ କରିଛି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories