ଉପଭୋକ୍ତାଙ୍କ ପାଇଁ ନୂଆ ସେବା ଆଣିଲା ବିଏସଏନଏଲ

ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ ମଙ୍ଗଳବାର ନିଜ ନୂଆ ଲୋଗୋ ଲଞ୍ଚ୍ କରିଛି । ଏହା ସହିତ ବିଏସଏନଏଲ୍ କହିଛି କି ଉପଭୋକ୍ତାଙ୍କ ପାଇଁ କିଛି ନୂଆ ସେବା ନେଇ ଆସିଛି କମ୍ପାନୀ ।

୧. ସ୍ପାମ୍ ଫ୍ରି ନେଟଓ୍ବର୍କ

ସ୍ପାମ୍-ବ୍ଲଗିଂ ଟେକ୍ନୋଲୋଜି ଉପଭୋକ୍ତାଙ୍କ ପାଖରେ ଫ୍ରଡ୍ ମେସେଜ ପହଞ୍ଚିବାକୁ ଅଟକାଇବ ।

୨. ବିଏସଏନଏଲ୍ ନ୍ୟାସନାଲ୍ ଓ୍ବାଇ-ଫାଇ ରୋମିଂ

ବିଏସଏନଏଲର ପ୍ରଥମ ଏଫଟିଟିଏଚ୍ ବେଷ୍ଟ୍ଡ ସିମଲେସ୍ ଓ୍ବାଇ-ଫାଇ ରୋମିଂ ସର୍ଭିସରେ ଉପଭୋକ୍ତା ବିନା କୌଣସି ଅତିରିକ୍ତ ଚାର୍ଜରେ ହଟସ୍ପଟରେ ହାଇ ସ୍ପିଡ୍ ଇଣ୍ଟରନେଟ ଆକ୍ସେସ କରିପାରିବେ ।

୩. ବିଏସଏନଏଲ୍ ଆଇଏଫ୍ ଟିଭି

ଭାରତ ପାଇଁ ପ୍ରଥମ ଥର ଫାଇବର-ଆଧାରିତ ଇଣ୍ଟ୍ରାନେଟ୍ ଟିଭି ସେବା… ଏଫଟିଏଚ ନେଟଓ୍ବର୍କ ମାଧ୍ୟମରେ ୫୦୦ରୁ ଅଧିକ ଲାଇଭ୍ ଚ୍ୟାନେଲ୍ ଓ ପେ ଟିଭି ଦେଖିପାରିବେ ।

୪. ଏଟିଏସ୍(ଏନି ଟାଇମ୍ ସିମ୍)

ଯେ କୌଣସି ସମୟରେ ସିମ୍ କ୍ରୟ କରିବା, ଅପଗ୍ରେଡ୍ କରିବା, ପୋର୍ଟ କରିବା ଆଦି ସୁବିଧା ପାଇବେ ଗ୍ରାହକ ।

Comments are closed.