www.samajalive.in
Monday, December 8, 2025
24.1 C
Bhubaneswar

ବ୍ରିକ୍ସ ସମ୍ମିଳନୀରେ ମୋଦୀ-ଜିନପିଙ୍ଗ୍‌‌ଙ୍କ ସାକ୍ଷାତ ଉପରେ ନଜର

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠୁ ରୁଷ୍‌‌ ଗସ୍ତରେ ଯାଉଛନ୍ତି। କାଜାନ୍‌‌ରେ ଆୟୋଜିତ ଷୋଡଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ରୁଷ୍‌‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ ରକ୍ଷା କରି ମୋଦୀ ଦୁଇ ଦିନିଆ ରୁଷ୍‌‌ ଗ୍ରସ୍ତରେ ଯାଇଛନ୍ତି। ଦକ୍ଷିଣ ଏସିଆରେ ଭାରତର ବଢୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସୂଚନା ଅନୁଯାୟୀ ରୁଷର ଅଧ୍ୟକ୍ଷତାରେ ଏହି ବୈଠକ ହେବାକୁ ଯାଉଛି। ସମ୍ମିଳନୀର ପ୍ରଥମ ଦିନରେ ମୋଦୀ ରୁଷ୍‌‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ଚଳିତ ଥର ବ୍ରିକ୍ସ ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ହୋଇଛି ‘ଷ୍ଟ୍ରେନଦେନିଙ୍ଗ ମଲ୍ଟିଲାଟେରାଲିଜିମ ଫର୍‌‌ ଜଷ୍ଟ ଗ୍ଲୋବାଲ ଡେଭେଲମେଣ୍ଟ ଆଣ୍ଡ ସିକ୍ୟୁରିଟି’। ଅର୍ଥାତ ବିଶ୍ୱର ବିକାଶ ଏବଂ ସୁରକ୍ଷା ପାଇଁ ବହୁପକ୍ଷବାଦକୁ ସୁଦୃଢ କରିବା। ଏହାଦ୍ୱାର ବିଶ୍ୱର ନେତାମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ।
ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ରାଷ୍ଟ୍ରପତି ଜିନପିଙ୍ଗ୍‌‌ଙ୍କୁ ସାକ୍ଷାତ କରିବା ସହ ଦ୍ୱିପାକ୍ଷିକ ଆଲୋଚନା କରିବାର ସମ୍ଭାବନା ରହିଛି। ମୋଦୀ ଏବଂ ଜିନପିଙ୍ଗ୍‌‌୍‌‌ଙ୍କ ସାକ୍ଷାତ ଉପରେ ସମସ୍ତଙ୍କ ନଜର ରହିଛି। କାଣଣ ଏହି ସମ୍ମିଳନୀ ପୂର୍ବରୁ ଏଲଏସିରେ ଗଲୱାନ ପାଟ୍ରୋଲିଂକୁ ନେଇ ଭାରତ ଓ ଚୀନ ମଧ୍ୟରେ ବୁଝାମଣା ହୋଇଛି। ୨୦୨୦ର ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଉଭୟ ଦେଶ ପାଟ୍ରୋଲିଂ କରିବାକୁ ରାଜି ହୋଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories