www.samajalive.in
Monday, December 8, 2025
24.1 C
Bhubaneswar

ବାତ୍ୟା ମୁକାବିଲା ନେଇ ସିଏମସିର ଜରୁରୀ ବୈଠକ, ଯନ୍ତ୍ରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

ସମାଜ ଡିଜିଟାଲ ଡେସ୍କ: ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ନେଇ କଟକ ମହାନଗର ନିଗମ ପକ୍ଷରୁ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମସ୍ତ ୱାର୍ଡର କର୍ପୋରେଟର, ସିଏମସି ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ସାମିଲ ଥିଲେ। ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ତଥ୍ୟ ରଖିଛନ୍ତି ମେୟର ଓ କମିଶନର।

ତଳିଆ ଅଞ୍ଚଳ ତଥା ଜଳବନ୍ଦୀ ସମ୍ଭାବନା ଥିବା ପଏଣ୍ଟଗୁଡ଼ିକୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ୱାର୍ଡର କର୍ପୋରେଟରମାନଙ୍କୁ କୁହାଯାଇଛି। ସେହିଭଳି ୮୧ଟି ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଛି। କଟକ ମହାନଗର ନିଗମ ଅଞ୍ଚଳରେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଏମସି ପକ୍ଷରୁ ୨୮୩ଟି ପମ୍ପ ସେଟ୍ ମହଜୁଦ ରଖାଯାଇଛି। ଏହାସହ ଅଧିକ ୧୦୦ଟି ମଟର ରଖାଯାଇଛି। ସୋମବାର ସନ୍ଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନରେ ପମ୍ପ ସେଟ୍ ଓ ତେଲଗୁଡ଼ିକୁ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟାଳୟ ସହ ୪ଟି ଅଗ୍ନିଶମ କେନ୍ଦ୍ରରେ ୧୦ ଟିମ୍ ପ୍ରସ୍ତୁତ ଅଛନ୍ତି। ଗଛ ସଫା କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରସ୍ତୁତ ରଖାଯାଇଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୱାଟକୋ ପକ୍ଷରୁ ଅଧିକ ୯୪ଟି ଡିଜି ସେଟ୍ ପ୍ରସ୍ତୁତ ରଖାଯାଇଥିବା ସୂଚନା ମିଳିଛି।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories