www.samajalive.in
Thursday, December 11, 2025
15.1 C
Bhubaneswar

‘ସିମ୍ବା’ର ରେକର୍ଡ ଭାଙ୍ଗିବ ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍‍’ !

ମୁମ୍ବଇ: ହିନ୍ଦି ଚଳଚ୍ଚିତ୍ର ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍‍’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ସବୁଠାରୁ ଖାସ କଥା ହେଉଛି ‘ଉରୀ’ ସହ ଏକା ସାଙ୍ଗରେ ମୁକ୍ତିଲାଭ କରିଥିବା ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’କୁ ପଛରେ ପକାଇବା ସହିତ ସିମ୍ବାର ରେକର୍ଡ ମଧ୍ୟ ଭାଙ୍ଗିପାରେ ବୋଲି ଅନୁମାନ କରାଯାଉଛି।  ଅନ୍ୟପକ୍ଷରେ ‘ଉରୀ’ ସହ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ବକ୍ସଅଫିସରେ ଆସାନୁରୂପକ ବ୍ୟବସାୟ କରିନାହିଁ। ଚଳଚ୍ଚିତ୍ରଟି ପ୍ରଥମ ସପ୍ତାହରେ ୧୫.୫୦କୋଟି ଟଙ୍କାର ବ୍ୟବସାୟ କରିଥିଲାବଳେ ଉରି ପ୍ରଥମ ସପ୍ତାହରେ ୩୫.୭୩କୋଟି ଟଙ୍କାର ବ୍ୟବସାୟ କରିଛି। ତରଣ ଆଦର୍ଶ ଟୁଇଟ କରି ଏହାର ସୂଚନା ଦେଇଛନ୍ତି। ତାଙ୍କ କହିବାଅନୁସାରେ ଚଳଚ୍ଚିତ୍ରଟି ଏପର୍ଯ୍ୟନ୍ତ ୬୩.୫୪କୋଟି ଟଙ୍କାର ବ୍ୟବସାୟ କରିଛି।

ସେହିଭଳି ରଣବୀର ସିଂହଙ୍କ ସିମ୍ବା ବିଷୟରେ କହିଲେ ‘ଉରୀ’ ଏହାକୁ କଡା ଟକ୍କର ଦେଉଛି। ସିମ୍ବା ବର୍ତ୍ତମାନ ସୁଦ୍ଧା ୨୩୧.୩୧କୋଟି ଟଙ୍କାର ବ୍ୟବସାୟ କରିସାରିଛି। ତୃତୀୟ ସପ୍ତାହରେ ଚଳଚ୍ଚିତ୍ରଟି ୧୨.୪୧କୋଟି ଟଙ୍କାର ବ୍ୟବସାୟ କରିଥିଲା। ‘ଉରୀ’ର ବକ୍ସଅଫିସ ଆୟକୁ ଦେଖିଲେ ଭବିଷ୍ୟତରେ ସିମ୍ବାକୁ ପଛରେ ପକାଇପାରେ ବୋଲି ଅନୁମାନ କରାଯାଉଛି।

- Advertisement -
courtesy-dainik bhashkar

ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍‍’ ଶୁକ୍ରବାର(୧୧ଜାନୁଆରୀ) ମୁକ୍ତିଲାଭ କରିଥିଲା। ବର୍ଷ ୨୦୧୬ରେ ପାକିସ୍ତାନରେ ପଶି ଭାରତୀୟ ସେନା କରିଥିବା ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ଉପରେ ଏହି ଚଳଚ୍ଚିତ୍ର ଆଧାରିତ। ଆଦିତ୍ୟ ଧରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଭିକି କୌଶଲ, ୟାମୀ ଗୌତମ, ପରେଶ ରାୱଲ ଓ ମୋହିତ ରୈନାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ର ଦେଶଭକ୍ତିର ଭାବନାକୁ ଜାଗ୍ରତ କରିଛି। ଏଥିରେ ଆକ୍ସନ ଓ ଇମୋଶନ ଉଭୟ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ଭିକି କୌଶଲ ପ୍ରଥମ ଥର ପାଇଁ ସୈନିକ ଭୂମିକାରେ ଅଭିନୟ କରିଛନ୍ତି। ପଡ଼ୋଶୀ ଦେଶର ମନ୍ଦ ଉଦ୍ଦେଶ୍ୟକୁ ଅସଫଳ କରିବାକୁ ଯାଇ ସହିଦ ହୋଇଥିବା ଯବାନମାନଙ୍କ ପରିବାରର ଦୁଃଖକୁ ମଧ୍ୟ ଚଳଚ୍ଚିତ୍ରରେ ଜୀବନ୍ତ ଭାବେ ଦର୍ଶାଯାଇଛି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories