ନୂଆଦିଲ୍ଲୀ : ଭାରତ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ‘ଆୟୁଷ୍ମାନ ଭାରତ’କୁ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବିଲ ଗେଟ୍ସ ଉଚ୍ଚପ୍ରଶଂସା କରିଛନ୍ତି। ବିଲ ଗେଟ୍ସ ଏ ନେଇ ଟୁଇଟ କରିଛନ୍ତି ଯେ ‘ଏହି ଯୋଜନା ୧୦୦ ଦିନରେ ପହଞ୍ଚିଥିବାରୁ ମୁଁ ଭାରତ ସରକାରଙ୍କୁ ଅଭିନନ୍ଦନ ଜଣାଉଛି। ଅଳ୍ପ ଦିନ ମଧ୍ୟରେ ଏହି ଯୋଜନାର ସୁଫଳ ଅନେକ ଲୋକଙ୍କ ପାଖରେ ପହଞ୍ଚିଥିବାରୁ ମୁଁ ଅଭିଭୂତ’।
ଏହି ଯୋଜନାର ସଫଳତାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା ଟୁଇଟ୍ କରି ଜଣାଇଛନ୍ତି। ସେ ଲେଖିଛନ୍ତି ୧୦୦ ଦିନ ମଧ୍ୟରେ ପ୍ରାୟ ୭ ଲକ୍ଷ ହିତାଧିକାରୀ ଉପକୃତ ହୋଇଥିବା ସେ କହିଛନ୍ତି। ଜେ ପି ନଡ୍ଡାଙ୍କ ଏହି ଟୁଇଟ୍ର ଜବାବରେ ବିଲ ଗେଟ୍ସ ଟୁଇଟ କରିଥିଲେ। ବିଲ ଗେଟ୍ସ ମଧ୍ୟ ପୂର୍ବରୁ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ସେପ୍ଟେମ୍ବର ୨୩ରେ ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କରିଥିଲେ। ଝାରଖଣ୍ଡର ରାଜଧାନୀ ରାଞ୍ଚିରୁ ପ୍ରଥମେ ଏହି ଯୋଜନା ଆରମ୍ଭ କରାଯାଇଥିଲା । ଏହାକୁ ‘ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନ’ ବୋଲି କୁହାଯାଉଛି। ଗରିବ ଓ ପଛୁଆ ବର୍ଗର ପରିବାରଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ଏହି ଯୋଜନାରେ ୫ ରୁ ୧୦ ଲକ୍ଷ ପର୍ୟ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।
ଆୟୁଷ୍ମାନ ଭାରତକୁ ବିଲ ଗେଟ୍ସଙ୍କ ପ୍ରଶଂସା
Popular Categories



