www.samajalive.in
Monday, December 8, 2025
14.1 C
Bhubaneswar

ସୁପ୍ରିମକୋର୍ଟରେ ସଦ୍‌ଗୁରୁଙ୍କୁ ଅଶ୍ବସ୍ତି: ଇଶା ଫାଉଣ୍ଡେସନ ବିରୋଧରେ ରୁଜୁ ମାମଲା ଖାରଜ

ନୂଆଦିଲ୍ଲୀ: ଇଶା ଫାଉଣ୍ଡେସନ ମାମଲାରେ ଏହାର ପ୍ରତିଷ୍ଠାତା ସଦ୍‌ଗୁରୁଙ୍କୁ ସୁପ୍ରିମକୋର୍ଟରେ ଆଶ୍ବସ୍ତି ମିଳିଛି। ଇଶା ଫାଉଣ୍ଡେସନ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଯେଉଁ ମାମଲା ଦାଏର କରାଯାଇଥିଲା, ତାହାକୁ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ପୀଠ ଶୁକ୍ରବାର ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ ତାମିଲନାଡୁର କୋଏମ୍ବାଟୁର ସହରରେ ଇଶା ଫାଉଣ୍ଡେସନର ଆଶ୍ରମ ରହିଛି। ତେବେ ଏହି ଆଶ୍ରମରେ ଦୁଇ ଜଣ ଯୁବତୀଙ୍କୁ ଜବରଦସ୍ତ ଅଟକ ରଖାଯାଇଛି ବୋଲି ଅଭିଯୋଗ କରି ସେମାନଙ୍କ ପିତା ମାଡ୍ରାସ ହାଇକୋର୍ଟରେ ଏକ ପିଟିସନ ଦାଏର କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ଆଶ୍ରମ ଉପରେ ଚଢଉ କରି ତଦନ୍ତ କରିବାକୁ କିଛି ମାସ ପୂର୍ବେ ତାମିଲନାଡୁ ପୁଲିସକୁ ନିର୍ଦେଶ ଦେଇଥିଲେ। ଅପରପକ୍ଷରେ ଗୀତା ଓ ଲତା ନାମ୍ନୀ ଏହି ଭଉଣୀ ସାବାଳିକା ହୋଇଥିବାବେଳେ ସ୍ବଇଚ୍ଛାରେ ଆଶ୍ରମରେ ବାସ କରୁଛନ୍ତି ବୋଲି ଇଶା ଫାଉଣ୍ଡେସନ ପକ୍ଷରୁ ସଫେଇ ଦିଆଯାଇଥିଲା। ଏପରିକି ଗୀତା ଓ ଲତା ହାଇକୋର୍ଟରେ ହାଜର ହୋଇ ଜବରଦସ୍ତ ଅଟକ ଅଭିଯୋଗକୁ ଖଣ୍ଡନ କରିଥିଲେ। ଏହାପରେ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦେଶ ପ୍ରତିବାଦରେ ଇଶା ଫାଉଣ୍ଡେସନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ମଧ୍ୟ ଦାଏର କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories