ସଂରକ୍ଷିତ ଜଙ୍ଗଲରୁ ଚୋରା ବାଲି ଚାଲାଣ, ଟ୍ରାକ୍ଟର ଜବତ

ଗୁରୁଡିଝାଟିଆ: ଗୋବରା ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ପ୍ରବେଶ କରି ଚୋରା ବାଲି ଉଠାଣ କରୁଥିବା ଅଭିଯୋଗରେ ବନ ବିଭାଗ ଏକ ଟ୍ରାକ୍ଟରକୁ ଜବତ କରିଛି । ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ବନପାଳ ପ୍ରମୋଦ କୁମାର ନାୟକ ବିଶେଷ ସୂତ୍ରରୁ ଖବର ପାଇ ଟ୍ରକ୍ଟରକୁ ଅଟକାଇବା ସହ ଜବତ କରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଛନ୍ତି । ପ୍ରକାଶଯୋଗ୍ୟ ବେଆଇନ ଭାବେ ଜଙ୍ଗଲରେ ଅବାଧରେ ପ୍ରବେଶ କରି ବାଲି ଚୋରା ଚାଲାଣ କରୁଥିବା ସଂପର୍କରେ ଖବର ପାଇ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ ଗାଡ଼ି ଜବତ କରିବା ନିମନ୍ତେ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି।

Comments are closed.