www.samajalive.in
Saturday, December 13, 2025
26.1 C
Bhubaneswar

ମା’ ଝିଅ ନିଖୋଜ ଘଟଣା, ହତ୍ୟା ଅଭିଯୁକ୍ତ ଗିରଫ

ବାସୁଦେବପୁର: ବାସୁଦେବପୁର ସ୍ଥିତ ନାୟକାଣିଡ଼ିହି ଥାନା ବଡହାବେଳିସାହି ୫ ଘେରିଆ ଗାଁରେ ନିଖୋଜ ଥିବା ମା ଝିଅଙ୍କ ନର କଙ୍କାଳ ଠାବ ହୋଇଛି। ମା ଝିଅ ଦୁଇ ଜଣଙ୍କୁ ଅଭିଯୁକ୍ତ ଗୁରୁପଦ ଗାୟନ ହତ୍ୟା କରିଥିବା ସ୍ବୀକାର କରିଥିବା ଏସଡିପିଓସୌରଭ ଓତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୃତକଙ୍କ ନାମ ଯମୁନା ସାମଲ(୫୫), କୌଶଲ୍ୟା ଗାୟନ(୩୫) ବୋଲି ଜଣାପଡ଼ିଛି। ଅଟକ ଥିବା ଅଭିଯୁକ୍ତକୁ ପୁଲିସ ଘଟଣା ସ୍ଥଳକୁ ନେଇ ତଦନ୍ତ କରିଛି। ଆଉ ଅଭିଯୁକ୍ତ ହତ୍ୟାକାଣ୍ଡର ଡେମୋ ପ୍ରଦର୍ଶନ କରିଥିଲା।

ନାୟକାଣି ଡ଼ିହି ଥାନା ସାନ ହାବେଳି ସାହି ୫ ଘେରିଆ ଗାଁର ମା-ଝିଅ ସୁଭଦ୍ରା ଯୋଜନା ଆବେଦନ କରିବାକୁ ଯାଇ ୧୬ ଦିନ ତଳେ ନିଖୋଜ ହୋଇଥିଲେ। ପରିବାର ପକ୍ଷରୁ ଖୋଜାଖୋଜି କରି ନିରାଶ ହେବାପରେ ନିଖୋଜ ସମ୍ପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇ ପୁଲିସ ପ୍ରାଥମିକ ତଦନ୍ତ କରିଥିଲା। ଏହି ଘଟଣାର କିଛିଦିନ ପରେ ସ୍ଥାନୀୟ ଚାଷୀ ଜମିରୁ ପାଣି କମାଇବା ସହ କଳା ପାହାଡିଆ ନାଳ ଖୋଳୁ ଥିବା ବେଳେ ଜେସିବିରେ ବସ୍ତା ଲାଗିଥିଲା।

- Advertisement -

ଏହି ବସ୍ତାରେ ଖପୁରୀ ଆଉ ହାଡ଼ ଥିବା ଜାଣିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାକୁ ଗୁରୁତ୍ବଦେଇ ତଦନ୍ତକୁ ଆଗକୁ ବଢ଼ାଇଛି। ଖପୁରୀ ମିଳିଥିବା ସ୍ଥାନରେ ପୁଲିସ ଜଗିରହିଛି। ଅନ୍ୟପଟେ ଘଟଣାରେ ଜଡିତ ଥିବା ସନ୍ଦେହରେ ଦୁଇ ଯୁବକକୁ ଅଟକରଖି ତଦନ୍ତ ଚଳାଇଥିବା ବଳେ ଗୁରୁପଦକୁ ପୁଲିସ ଗିରଫ କରିଛି।  ହତ୍ୟାକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ତେବେ ଅଧିକ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ପ୍ରକାଶ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories