www.samajalive.in
Monday, December 8, 2025
13.1 C
Bhubaneswar

ଗୁଗୁଲ ନାମରେ ଠକେଇ ଅଭିଯୋଗ ଆଣିଲା ଅମୁଲ

ଭଦୋଦରା: ଗୁଜରାଟ କୋପରେଟିଭ ମିଲ୍କ ମାର୍କେଟିଂ ଫେ୍‍ଡେରେସନ୍‍ (ଜିସିଏମଏମଏଫ) ଦ୍ୱାରା ନିର୍ମିତ “ଅମୁଲ’ ଗୁଗୁଲକୁ ନୋଟିସ ଜାରି କରିଛି। ଏହା ବ୍ୟତୀତ ଇଣ୍ଟରନେଟ ଡୋମେନ ପ୍ରଦାନ କରୁଥିବା “ଗୋ ଡାଡି’ ନାମକ କମ୍ପାନୀ ଉପରେ ମଧ୍ୟ ଅମୁଲ ପକ୍ଷରୁ ନୋଟିସ ଜାରି କରାଯାଇଛି। ୨୦୧୮ ସେପ୍ଟେମ୍ବରରୁ ଅମୁଲର ନାମକୁ ବ୍ୟବହାର କରି କିଛି ଦୁର୍ବୃତ୍ତ ଲକ୍ଷଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ସେମାନେ ଅମୁଲ କମ୍ପାନୀ ନାମରେ ଜାଲ ୱେବସାଇଟ ବିକଶିତ କରି ଏହାର ପ୍ରଚାର ପ୍ରସାର ପାଇଁ ଗୁଗୁଲ ଦ୍ୱାରା ବିଜ୍ଞାପନ ଜାରି କରିଥିଲେ। ଗୁଗୁଲର ଏହି ବିଜ୍ଞାପନକୁ ଦେଖି କିଛି ଲୋକ ଅମୁଲର ଏହି ଜାଲ୍‍ ୱେବସାଇଟ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିଲେ। ଅମୁଲର ଡିଲର, ଡିଷ୍ଟ୍ରିବ୍ୟୁଟର ହେବା ପାଇଁ ଏହି ଲୋକମାନେ ଜାଲ ୱେବସାଇଟ ମାଧ୍ୟମରେ ୩ ଲକ୍ଷରୁ ୫ଲକ୍ଷ ଟଙ୍କା ପ୍ରଦାନ କରିଥିବା ଅମୁଲ କମ୍ପାନୀ ଜାଣିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା।
ଗୁଗୁଲକୁ ନୋଟିସ ଜାରି କରିବା ପରେ ଗୁଜରାଟ ସାଇବର ସେଲରେ ଏ ସମ୍ପର୍କିତ ଅଭିଯୋଗ ଦାଖଲ କରିଛି ଅମୁଲ। ଦୁର୍ବୃତ୍ତଙ୍କ ସହ ଚୁକ୍ତି କରିବା ପୂର୍ବରୁ ଗୁଗୁଲ ବିଜ୍ଞାପନର ସତ୍ୟାସତ୍ୟ ଯାଞ୍ଚ କରି ନଥିବା ଅଭିଯୋଗରେ ଦର୍ଶାଯାଇଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories