www.samajalive.in
Monday, December 8, 2025
24.1 C
Bhubaneswar

ଜଷ୍ଟିସ ସଞ୍ଜୀବ ଖାନ୍ନା ପରବର୍ତ୍ତୀ ସିଜେଆଇ !

ସମାଜ ଡିଜିଟାଲ ଡେସ୍କ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୀନ ଖାନ୍ନା ହୋଇପାରନ୍ତି ପରବର୍ତ୍ତୀ ପ୍ରଧାନ ବିଚାରପତି(ସିଜେଆଇ)। ସିଜେଆଇ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଜଷ୍ଟିସ ଖାନ୍ନାଙ୍କ ନାମ ସୁପାରିସ କରିବା ପରେ ଏ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଆସନ୍ତା ନଭେମ୍ବର ୧୦ ତାରିଖରେ ସିଜେଆଇ ଚନ୍ଦ୍ରଚୂଡ଼ ଅବସର ଗ୍ରହଣ କରିବେ। ଜଷ୍ଟିସ ଖାନ୍ନାଙ୍କୁ ନିଯୁକ୍ତ କରାଗଲେ ସେ ଏହି ପଦବୀରେ ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। କାରଣ ୨୦୨୫ ମେ ମାସ ୧୩ ତାରିଖରେ ଜଷ୍ଟିସ ଖାନ୍ନାଙ୍କ ଅବସର କାଳ ଶେଷ ହେଉଛି।

ସିଜେଆଇ ଚନ୍ଦ୍ରଚୂଡ଼ ୨ବର୍ଷର କାର୍ଯ୍ୟକାଳ ସମୟରେ ନ୍ୟାୟିକ ବ୍ୟବସ୍ଥାର କାର୍ଯ୍ୟକାରିତାରେ ଅନେକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ବହୁ ଗୁରୁତ୍ଵପୂର୍ଣ୍ଣ ମାମଲାର ଶୁଣାଣି ବି କରିଛନ୍ତି। ଗତ ସପ୍ତାହରେ କେନ୍ଦ୍ର ସରକାର ସିଜେଆଇଙ୍କୁ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବାକୁ ଜଣାଇଥିଲେ। ଏହା ପରେ ସିଜେଆଇ ଚନ୍ଦ୍ରଚୂଡ଼ ଜଷ୍ଟିସ ଖାନ୍ନାଙ୍କ ନାମ ସୁପାରିସ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories