www.samajalive.in
Thursday, December 11, 2025
18.1 C
Bhubaneswar

ପଥର ଖାଦାନରେ ବୁଡ଼ି ଡିପ୍ଲୋମା ଛାତ୍ରଙ୍କ ମୃତ୍ୟୁ

ଗୋପାଳପୁର : ଗୋଳନ୍ଥରା ଥାନା ଅଧୀନ ପାଲୁର ହିଲସ  ନିକଟରେ ଥିବା ପଥର ଖାଦାନରେ ଗାଧୋଇବାକୁ ଯାଇ ଜଣେ ଡିପ୍ଲୋମା ପଢୁଆ ନାବଳକର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ନାବାଳକ ଜଣଙ୍କ କଟକର  ଡି. ଭାନୁ ପ୍ରକାଶ ବୋଲି ପୁଲିସ ସୂଚନା ଦେଇଛି । ମୃତକ ଭାନୁ ପ୍ରକାଶ ବିଶାଖାପାଟଣାର ବେହେରା କଲେଜରେ ଇଲେକ୍ଟ୍ରିକାଲ  ଡିପ୍ଲୋମାର ୨ୟ ବର୍ଷରେ ପଢ଼ୁଥିବାବେଳେ ଗତ ୭ ତାରିଖରେ ଦଶହରା ଛୁଟିରେ ଏହି ଥାନା ଅନ୍ତର୍ଗତ ପାଲୁର ଗାଁରେ ରହୁଥିବା ସହପାଠୀ ପି. ତ୍ରିପତିଙ୍କ ଘରକୁ ଆସିଥିଲେ । ଆଜି ଭାନୁ ପ୍ରକାଶ, ତ୍ରିପତି ଓ ଅନ୍ୟ ଜଣେ ସାଙ୍ଗ ସାଇ ପ୍ରମୁଖ ମିଶି ପାଲୁର ହିଲସ ସନ୍ନିକଟ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ନିକଟରେ ଥିବା ଏକ ପଥର ଖାଦାନକୁ ଗାଧୋଇବା ପାଇଁ ଯାଇଥିଲେ । ସମସ୍ତେ ଗାଧଉଥିବାବେଳେ ଭାନୁ ପ୍ରକାଶ ପାଣିର  ଗଭୀରକୁ ଚାଲି ଯାଇ ବୁଡ଼ି ଯାଇଥିଲା। ତ୍ରିପତି ଓ ସାଇ ଗାଁକୁ ଯାଇ ଘଟଣା ସମ୍ପର୍କରେ ଖବର ଦେଇଥିଲେ । ଗ୍ରାମବାସୀ ଭାନୁକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ ଶବ ଜବତ କରି ୪୫/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories