www.samajalive.in
Monday, December 8, 2025
27.1 C
Bhubaneswar

‘ବ୍ରିକ୍ସ ବିଜନେସ୍‌ ଫୋରମ୍‌ ୨୦୨୪’ରେ ଯୋଗଦେବେ ଲେଖକ ଶୁଭ୍ରାଂଶୁ ପଣ୍ଡା

ଭୁବନେଶ୍ବର : ଜଣାଶୁଣା ଲେଖକ ତଥା ଉଦ୍ୟୋଗୀ ଶୁଭ୍ରାଂଶୁ ପଣ୍ଡା ରୁଷିଆର ରାଜଧାନୀ ମସ୍କୋଠାରେ ହେବାକୁ ଥିବା ‘ବ୍ରିକ୍ସ ବିଜନେସ୍‌ ଫୋରମ୍‌ ୨୦୨୪’ରେ ଯୋଗଦେବେ। ଅନ୍ୟତମ ବ୍ରିକ୍ସ ରାଷ୍ଟ୍ର ଭାରତରୁ ଏକ ୩୮ ଜଣିଆ ଯୁବ ଉଦ୍ୟୋଗୀ ଦଳ ଏହି ସମ୍ମିଳନୀରେ ଯୋଗଦେଉଥିବା ବେଳେ ଏଥିରେ ଓଡ଼ିଶାରୁ ଶ୍ରୀ ପଣ୍ଡା ସାମିଲ ଅଛନ୍ତି। ଓଡ଼ିଶାରେ ପ୍ରକାଶନ ବ୍ୟବସାୟକୁ ଏକ ଶିଳ୍ପରେ ପରିଣତ କରିବା ଲକ୍ଷ୍ୟରେ ୨୦୧୭ ମସିହାରେ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ଏକ ଷ୍ଟାର୍ଟଅପ୍‌ କମ୍ପାନୀ ଆରମ୍ଭ କରିଥିବା  ପଣ୍ଡା ନିଜର କାହାଣୀ ଓ ଉପନ୍ୟାସ ପାଇଁ ମଧ୍ୟ ବେଶ୍‌ ପରିଚିତ।

ଅକ୍ଟୋବର ୨୨ରୁ ୨୪ ଯାଏଁ ରୁଷିଆର କଜାନ୍‌ଠାରେ ‘ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୪’ ହେବାକୁ ଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନେ ଯୋଗ ଦେଉଛନ୍ତି। ଏହାର ଅବ୍ୟବହିତ ପୂର୍ବରୁ ଅକ୍ଟୋବର ୧୮ ତାରିଖରେ ମସ୍କୋର ଓ୍ବାର୍ଲଡ ଟ୍ରେଡ୍‌ ସେଣ୍ଟର୍‌ଠାରେ ‘ବ୍ରିକ୍ସ ବିଜିନେସ୍‌ ଫୋରମ୍‌ ୨୦୨୪’ ଅନୁଷ୍ଠିତ ହେବ। ଏଥିରେ ଭାରତ ସମେତ ବ୍ରାଜିଲ୍, ରୁଷିଆ, ଚୀନ୍, ଦକ୍ଷିଣ ଆଫ୍ରିକା, ଇରାନ୍, ଇଜିପ୍ଟ, ଇଥିଓପିଆ ଓ ୟୁଏଇର ଯୁବ ଉଦ୍ୟାଗୀ ପ୍ରତିନିଧିମାନେ ଯୋଗଦେବେ।

- Advertisement -

କାର୍ଯ୍ୟକ୍ରମ ଅନୁସାରେ ଭାରତୀୟ ପ୍ରତିନିଧି ଦଳକୁ ୧୭ ତାରିଖ ସଂଧ୍ୟାରେ ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ରାଷ୍ଟ୍ରଦୂତ ବିନୟ କୁମାର ସ୍ବାଗତ କରିବା ସହ ଏକ ସ୍ବତନ୍ତ୍ର ରାତ୍ରିଭୋଜନକୁ ନିମନ୍ତ୍ରଣ କରିଛନ୍ତି। ୧୮ ତାରିଖରେ ଦିନସାରା ବିଭିନ୍ନ ଆଲୋଚନା ସମ୍ପାନ ଓ ଭାବ ବିନିମୟ କାର୍ଯ୍ୟକ୍ରମ ରହିଛି। ଅପରାହ୍ଣରେ ଏକ ସ୍ବତନ୍ତ୍ର ସମ୍ପାନରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁତିନ୍‌ଙ୍କ ସମେତ ବିଭିନ୍ନ ରାଷ୍ଟ୍ରମୁଖ୍ୟମାନେ ଏହି ବିଜିନେସ୍‌ ଫୋରମ୍‌କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।  ନିଜର ଗସ୍ତ ସମୟରେ ରୁଷିଆର ପ୍ରକାଶନ ସଂସ୍ଥା, ସାହିତ୍ୟ ଅନୁଷ୍ଠାନ ଓ ପୁସ୍ତକାଳୟ ଭ୍ରମଣ କରିବେ ବୋଲି ପଣ୍ଡା ସୂଚନା ଦେଇଛନ୍ତି।

Hot this week

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

Related Articles

Popular Categories