www.samajalive.in
Monday, December 8, 2025
27.1 C
Bhubaneswar

ଆଓ ନେକ୍ସ୍ଟରେ ଅକ୍ଟୋବର ୧୫ରେ ଆସିବ ‘ଦମନ’

ଭୁବନେଶ୍ବର : ଦୀର୍ଘ ବର୍ଷର ନୀରବତା ପରେ ଓଡ଼ିଶା ମାଟିର ଏକ ମୌଳିକ କାହାଣୀକୁ ନେଇ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର “ଦମନ” ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ପରିବର୍ତ୍ତନ ସୂତ୍ରଧର ସାଜିଥିଲା । ସୁପର ଡୁପର ହିଟ୍ ହୋଇ ସମଗ୍ର ଓଡ଼ିଶାରେ ଚହଳ ମଧ୍ୟ ସୃଷ୍ଟି କରିଥିଲା । ଓଡ଼ିଆ ସହିତ ହିନ୍ଦୀ ଭାଷାରେ ରିଲିଜ୍ ହୋଇ ଭଲ କଲେକ୍ସନ କରିଥିଲା । ଚଳିତ ବର୍ଷ ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଜାତୀୟ ପୁରସ୍କାର ଲାଭ କରି ଓଡ଼ିଶା ପ୍ରତି ଗୌରବ ଆଣିଦେଇଥିଲା । ଦମନ ମାଧ୍ୟମରେ ଦର୍ଶକ ପ୍ରେକ୍ଷାଳୟ ମୁହାଁ ହୋଇଥିଲେ । ତେବେ ପୁଣି ଥରେ ଆଓ ନେକ୍ସ୍ଟ  ଓଟିଟି ପ୍ଲାଟଫର୍ମରେ ଦର୍ଶକ ଆସନ୍ତା ୧୫ ଅକ୍ଟୋବରରୁ ଦେଖିବାକୁ ପାଇବେ । ଯାହା ପ୍ରେସ ବିବୃତି ଜରିଆରେ ଆଓ ନେକ୍ସ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୌଶିକ ଦାସ ଏବଂ ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଜଣାଇଛନ୍ତି । ୨୦୨୨ ରେ ମୁକ୍ତିଲାଭ କରିଥିଲା ଦମନ । ଯାହା ଦର୍ଶକଙ୍କ ମନରୁ ଏବେ ବି ଲିଭିନାହିଁ । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆଉ ନେକ୍ସ୍ଟ ପୂର୍ବରୁ ଅନେକ ସିନେମା ଦେଇଛି । ସ୍ୱଳ୍ପ ଖର୍ଚ୍ଚରେ ଦର୍ଶକ ଆଓ ନେକ୍ସ୍ଟରେ ଆସନ୍ତା ୧୫ ଅକ୍ଟୋବରରୁ ଦମନ ଦେଖିବାକୁ ପାଇବେ ବୋଲି ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଗଣମାଧ୍ୟମକୁ କହିଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories