www.samajalive.in
Sunday, December 14, 2025
26.1 C
Bhubaneswar

ଆଓ ନେକ୍ସ୍ଟରେ ଅକ୍ଟୋବର ୧୫ରେ ଆସିବ ‘ଦମନ’

ଭୁବନେଶ୍ବର : ଦୀର୍ଘ ବର୍ଷର ନୀରବତା ପରେ ଓଡ଼ିଶା ମାଟିର ଏକ ମୌଳିକ କାହାଣୀକୁ ନେଇ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର “ଦମନ” ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ପରିବର୍ତ୍ତନ ସୂତ୍ରଧର ସାଜିଥିଲା । ସୁପର ଡୁପର ହିଟ୍ ହୋଇ ସମଗ୍ର ଓଡ଼ିଶାରେ ଚହଳ ମଧ୍ୟ ସୃଷ୍ଟି କରିଥିଲା । ଓଡ଼ିଆ ସହିତ ହିନ୍ଦୀ ଭାଷାରେ ରିଲିଜ୍ ହୋଇ ଭଲ କଲେକ୍ସନ କରିଥିଲା । ଚଳିତ ବର୍ଷ ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଜାତୀୟ ପୁରସ୍କାର ଲାଭ କରି ଓଡ଼ିଶା ପ୍ରତି ଗୌରବ ଆଣିଦେଇଥିଲା । ଦମନ ମାଧ୍ୟମରେ ଦର୍ଶକ ପ୍ରେକ୍ଷାଳୟ ମୁହାଁ ହୋଇଥିଲେ । ତେବେ ପୁଣି ଥରେ ଆଓ ନେକ୍ସ୍ଟ  ଓଟିଟି ପ୍ଲାଟଫର୍ମରେ ଦର୍ଶକ ଆସନ୍ତା ୧୫ ଅକ୍ଟୋବରରୁ ଦେଖିବାକୁ ପାଇବେ । ଯାହା ପ୍ରେସ ବିବୃତି ଜରିଆରେ ଆଓ ନେକ୍ସ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୌଶିକ ଦାସ ଏବଂ ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଜଣାଇଛନ୍ତି । ୨୦୨୨ ରେ ମୁକ୍ତିଲାଭ କରିଥିଲା ଦମନ । ଯାହା ଦର୍ଶକଙ୍କ ମନରୁ ଏବେ ବି ଲିଭିନାହିଁ । ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆଉ ନେକ୍ସ୍ଟ ପୂର୍ବରୁ ଅନେକ ସିନେମା ଦେଇଛି । ସ୍ୱଳ୍ପ ଖର୍ଚ୍ଚରେ ଦର୍ଶକ ଆଓ ନେକ୍ସ୍ଟରେ ଆସନ୍ତା ୧୫ ଅକ୍ଟୋବରରୁ ଦମନ ଦେଖିବାକୁ ପାଇବେ ବୋଲି ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଗଣମାଧ୍ୟମକୁ କହିଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories