www.samajalive.in
Saturday, December 13, 2025
21.1 C
Bhubaneswar

ମା’ ଗଙ୍ଗାଦେବୀଙ୍କ ପୀଠରେ ଯାତ୍ରା ଆରମ୍ଭ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଂଚାୟତର ପୁରୁଣା ବନ୍ଧ ନିକଟରେ ପ୍ରତିଷ୍ଠିତ ପ୍ରସିଦ୍ଧ ମା’ ଗଙ୍ଗାଦେବୀଙ୍କ ପୀଠରେ ଯାତ୍ରା ରବିବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ଶନିବାର ଦିନ ରାତ୍ରରେ ମା’ଙ୍କୁ ବାଦ୍ୟବାଜଣା ବଜାଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ସେହିପରି ଅନୁରୂପ ଭାବେ ପୁଇଁତଳା ଗ୍ରାମରେ ଖଣ୍ଡେଶ୍ୱର ମହାପ୍ରଭୁ ଓ ବରପଲ୍ଲୀ ଗ୍ରାମରେ ପୁଡ଼ୁକେଶ୍ୱର ମହାପ୍ରଭୁଙ୍କୁ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ରବିବାର ଭୋରୁ ମା’ ଗଙ୍ଗାଦେବୀଙ୍କ ସହ ଦୁଇ ଠାକୁର ତ୍ରିବେଣୀ ମଠ ଛକଠାରେ ଏକତ୍ରିତ ହୋଇଥିଲେ। ପରେ ସେଠାରୁ ସମସ୍ତେ ପୂଣ୍ୟତୋୟା ଋଷିକୁଲ୍ୟା ନଦୀକୁ ସାନ୍ନ ପାଇଁ ଶୋଭାଯାତ୍ରାରେ ଯାଇଥିଲେ। ସେଠାରେ ପରମ୍ପରା ଅନୁଯାଇ ସ୍ନାନ କରାଯାଇଥିଲା। ଶେଷରେ ପୁଣି ସମସ୍ତେ ଶୋଭାଯାତ୍ରାରେ ଗଞ୍ଜାମ ବଜାର ପରିକ୍ରମା କରି ନିଜ ନିଜ ମନ୍ଦିରକୁ ଫେରିଥିଲ। ମା’ ଗଙ୍ଗାଦେବୀ ଫରିବା ପରେ ଯାତ୍ରା ଆରମ୍ଭ ହୋଇଥିଲା। ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୂପ ନବରଙ୍ଗ ନାଟକ, ସନ୍ଧ୍ୟାରେ ଦୁଇଟି ରାମାୟଣ ନାଟକ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି।ଏହି ଯାତ୍ରାକୁ ପୁରୁଣାବନ୍ଧ ଗ୍ରାମ ସମେତ ପାଳିବନ୍ଦ ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମ ସହଯୋଗ କରୁଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories