www.samajalive.in
Monday, December 8, 2025
13.1 C
Bhubaneswar

ଆସନ୍ତା ସପ୍ତାହରେ ନାଗେଶ୍ବର ରାଓଙ୍କ ନିଯୁକ୍ତି ବିରୋଧି ଆବେଦନର ଶୁଣାଣି

ନୂଆଦିଲ୍ଲୀ  : ସିବିଆଇ ଅନ୍ତରୀଣ ନିର୍ଦେଶକ ଭାବେ ଏମ୍‌. ନାଗେଶ୍ବର ରାଓଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଛନ୍ତି । ଜାନୁଆରୀ ୧୦ରେ ସ୍ବେଚ୍ଛାସେବୀ ସଂଗଠନ ‘କମନ କଜ’ ପକ୍ଷରୁ ହୋଇଥିବା ଏହି ଆବେଦନ ଉପରେ ଆସନ୍ତା ସପ୍ତାହରେ ଶୁଣାଣି ହେବ। ସିବିଆଇର ୨ ଜଣ ପ୍ରମୁଖ ଅଧିକାରୀ ଆଲୋକ ବର୍ମା ଏବଂ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦକୁ ନେଇ ସଂସ୍ଥାରେ ସଙ୍କଟ ସୃଷ୍ଟି ହେବା ପରେ କେନ୍ଦ୍ର ସରକାର ୨୦୧୮ ଅକ୍ଟୋବରରେ ଏହି ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରିଥିଲେ । ଉଭୟ ଅଧିକାରୀଙ୍କୁ ଦୀର୍ଘ ଦିନ ଛୁଟିରେ ପଠାଇବା ସହ ସରକାର ନାଗେଶ୍ବର ରାଓଙ୍କୁ ଅନ୍ତରୀଣ ନିର୍ଦେଶକ ନିଯୁକ୍ତ କରିଥିଲେ । ପରେ ସିବିଆଇ ନିର୍ଦେଶକ ଭାବେ ଦାୟିତ୍ବ ବଜାୟ ରଖିବାକୁ ବର୍ମାଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ମାତ୍ର ଚଳିତମାସ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ତ୍ବାଧିନ ଉଚ୍ଚ କ୍ଷମତା ସମ୍ପନ୍ନ ଚୟନ କମିଟି ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଇବା ପରେ ପୁନଃ ନାଗେଶ୍ବର ରାଓଙ୍କୁ ଅନ୍ତରୀଣ ନିଯୁକ୍ତି ଦେଇଥିଲେ। ମାତ୍ର ଲୋକପାଳ ଓ ଲୋକାୟୁକ୍ତ ଆଇନ-୨୦୧୩ ଆଧାରରେ ସଂଶୋଧିତ ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ପ୍ରତିଷ୍ଠାନ ଆଇନ-୧୯୪୬ରେ ଉଲ୍ଲିଖିତ ପ୍ରକ୍ରିୟା ଅନୁସାରେ ସିବିଆଇ ମୁଖ୍ୟ ନିଯୁକ୍ତ କରିବାକୁ ‘କମନ କଜ୍‌’ ଏହାର ଆବେଦନରେ ଦର୍ଶାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories