ନୂଆଦିଲ୍ଲୀ : ଭାରତୀୟ ବଜାରକୁ ଆସିଲା ‘ଜାପ’ର ‘ଆକ୍ବା ଡାର୍କଷ୍ଟାର’ ନାମକ ଏକ ବ୍ଲୁଟୁଥ ସ୍ପିକର। ଏହି ସ୍ପିକରକୁ ଆଇପିଏକ୍ସ-୫ ଇଣ୍ଟରନ୍ୟାସନାଲ ରେଟିଙ୍ଗ ପ୍ରାପ୍ତ ହୋଇଛି। ଯାହା ଏହାକୁ ଜଳ, ଧୂଳି, ବରଫରୁ ରକ୍ଷା କରିଥାଏ। ଏହାକୁ ଏକ୍ସଟିରିୟଡ ରଡ ରବରରେ ପ୍ରସ୍ତୁତ କରାଯାଇଛି। ଯାହାଦ୍ୱାରା ଏହା ମଜଭୁତ ହୋଇଥାଏ।
ଏହି ସ୍ପିକର ଖୋଲା ସ୍ଥାନରେ ହେଉଥିବା ପାର୍ଟି, ଗ୍ରୁପ କ୍ୟାମ୍ପେନିଙ୍ଗ ଭଳି କାର୍ଯ୍ୟରେ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ୫ୱାଟର ଦୁଇଟି ସ୍ପିକର ଲଗାଯାଇଛି, ଯାହା ୧୦ୱାଟର ୩୬୦ ଡିଗ୍ରୀ ହାଇ ଡେଫିନେସନ୍ ସାଉଣ୍ଡ ଆଉଟପୁଟ ଦେଇଥାଏ। ଏଥିରେ ଗୋଟିଏ ପ୍ୟାସିବ ସବବୁକର ଲଗାଯାଇଛି। ଯାହା ସ୍ପଷ୍ଟ ଶବ୍ଦ ସହିତ ମଧୂର ସାଉଣ୍ଡ ଦେଇଥାଏ।
ଏଥିରେ ୪.୦ବ୍ଲୁଟୁଥ ରହିଛି। ଏହା ୩୩ଫୁଟ ଦୂରରୁ ଡିଭାଇସ ସହିତ ସଂଯୋଗ ହେବାର କ୍ଷମତା ରଖିଥାଏ। ଏହାଦ୍ୱାରା ଫୋନ କଲ ଉଠାଇ ପାରିବେ। ଏହା ସହିତ ଭଲ୍ୟୁମ କଣ୍ଟ୍ରୋଲ ମଧ୍ୟ କରିପାରିବେ। ଏହାର ମୂଲ୍ୟ ୨,୭୪୯ଟଙ୍କା। ଏହାକୁ ଅନଲାଇନ ଷ୍ଟୋରରେ ଉପଲବ୍ଧ ରହିଛି।
ଭାରତୀୟ ବଜାରକୁ ଆସିଲା ‘ଜାପ’ର ‘ଆକ୍ବା ଡାର୍କଷ୍ଟାର’ ବ୍ଲୁଟୁଥ ସ୍ପିକର
Popular Categories



