www.samajalive.in
Saturday, December 13, 2025
26.1 C
Bhubaneswar

ଜାପାନୀ ସଂଗଠନ ‘ନିହୋନ୍‌ ହିଡାନ୍‌କ୍ୟୋ’କୁ ନୋ​​ବେଲ୍‌ ଶାନ୍ତି ପୁରସ୍କାର

ସମାଜ ଡିଜିଟାଲ ଡେସ୍କ: ବର୍ଷ ୨୦୨୪ ପାଇଁ ଘୋଷଣା ହୋଇଛି ନୋବେଲ୍‌ ଶାନ୍ତି ପୁରସ୍କାର। ଜାପାନୀ ସଙ୍ଗଠନ ‘ନିହୋନ୍‌ ହିଡାନ୍‌କ୍ୟୋ’କୁ ମିଳିବ ଚଳିତ ବର୍ଷର ନୋବେଲ୍‌ ଶାନ୍ତି ପୁରସ୍କାର। ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରିବା ସହ ପରମାଣୁ ଅସ୍ତ୍ର ବିରୋଧରେ ପ୍ରଚାର ତଥା ସଚେତନତା ପାଇଁ ଏହି ସଙ୍ଗଠନକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ‘ନିହୋନ୍‌ ହିଡାନ୍‌କ୍ୟୋ’ ସଂଗଠନର କହିବାକଥା, ବିଶ୍ୱରେ ଆଉ କେବେ ବି ପରମାଣୁ ଅସ୍ତ୍ର ବ୍ୟବହାର କରାଯିବା ଉଚିତ ନୁହେଁ।

ସୂଚନା ଅନୁସାରେ, ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇଁ ନରୱେ ନୋବେଲ କମିଟିକୁ ମୋଟ ୨୮୬ ପ୍ରାର୍ଥୀଙ୍କ ଆବେଦନ ମିଳିଥିଲା। ଗତ ବର୍ଷ ଅର୍ଥାତ୍ ୨୦୨୩ରେ ଇରାନର ସାମ୍ବାଦିକା ତଥା ମାନବାଧିକାର କର୍ମୀ ନର୍ଗିସ୍ ମହମ୍ମଦୀ ପାଇଥିଲେ ନୋବେଲ ଶାନ୍ତି ପୁରସ୍କାର।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories