ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୁଜା ଅବସରରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆଜି ମଣ୍ଡପରେ ମା’ଙ୍କ ମହାଷ୍ଟମୀ ପୂଜାରେ ଦର୍ଶନ କରିବା ଲାଗି ପ୍ରଥମେ ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ ବୁଲି ମାଙ୍କ ଆଶିଷ ଭିକ୍ଷା କରିଥିଲେ ନବୀନ। କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ଦିନ ୧୧ଟା ବେଳେ ସହିଦନଗର ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ କରିଥିଲେ ନବୀନ। ସେଠାରେ ମଧ୍ୟ ପୂଜା କମିଟି ପକ୍ଷରୁ ନବୀନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ନବୀନଙ୍କୁ ଅତି ପାଖରୁ ଦେଖି ଉତ୍ସାହିତ ହୋଇଥିଲେ ସାଧାରଣ ଜନତା। ଏହାପରେ ୧୧ଟା ୨୫ମିନିଟ ପାଖାପାଖି ନବୀନ ବରଗଡ଼ ପୂଜା ମଣ୍ଡପ ବୁଲି ଜଗତକଲ୍ୟାଣ ପାଇଁ ମା’ଙ୍କୁ ପ୍ରାର୍ଥନା କରିଥିଲେ। ନବୀନଙ୍କୁ ଟୁଇନ ସିଟିର ବିଭିନ୍ନ ପୂଜା କମିଟି ନିମନ୍ତ୍ରଣ କରିଥିବା ବେଳେ ଏହାକୁ ଗ୍ରହଣ କରି ପୂଜା ପେଣ୍ଡାଲ ବୁଲିବାକୁ କହିଥିଲେ ନବୀନ। ଏହି ସମୟରେ ସେ ଲୋକଙ୍କ ସହ କିଛି କଥାବାର୍ତ୍ତା ହୋଇଥିଲେ।
Popular Categories



