www.samajalive.in
Sunday, December 14, 2025
26.1 C
Bhubaneswar

ରୋଗୀ ପେଟରୁ ବାହାରିଲା ଜୀଅନ୍ତା ଅସରପା, ଡାକ୍ତର ଚକିତ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଜଣେ ୨୩ ବର୍ଷୀୟ ଯୁବକଙ୍କ ପେଟରୁ ଏଣ୍ଡୋସ୍କୋପି ଜରିଆରେ ଏକ ଅସରପା ବାହାର କରାଯାଇଛି। ଆଶ୍ଚର୍ଯ୍ୟକର କଥା ହେଉଛି, ରୋଗୀର କ୍ଷୁଦ୍ର ଅନ୍ତ୍ରନଳୀରେ ୩ ସେଣ୍ଟିମିଟରର ଜୀବନ୍ତ ଅସରପା ମିଳିଥିଲା, ଯାହା ଡାକ୍ତରମାନଙ୍କୁ ମଧ୍ୟ ଚକିତ କରିଦେଇଥିଲା। ବସନ୍ତକୁଞ୍ଜସ୍ଥିତ ଫୋର୍ଟିସ୍ ହସ୍ପିଟାଲରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ବରିଷ୍ଠ ଡାକ୍ତର ଶୁଭମ୍ ବତ୍ସ୍ୟାଙ୍କ ଟିମ୍ ୧୦ ମିନିଟର ଏଣ୍ଡୋସ୍କୋପିକ୍ ପ୍ରକ୍ରିୟା ଦ୍ଵାରା ଅସରପାକୁ ବାହାର କରିଥିଲେ।

ଡାକ୍ତରଖାନାରେ ଭର୍ତ୍ତି ହେବାପରେ ରୋଗୀ ଗତ ୨-୩ ଦିନ ଧରି ପେଟରେ ଯନ୍ତ୍ରଣା ଏବଂ ଖାଦ୍ୟ ହଜମ ହେଉ ନଥିବା ନେଇ ଅଭିଯୋଗ କରିଥିଲେ। ଏହାପରେ ଡାକ୍ତର ବତ୍ସ୍ୟା ଏବଂ ତାଙ୍କ ଟିମ୍ ଏଣ୍ଡୋସ୍କୋପି କରିବାକୁ ପରାମର୍ଶ ଦେଇଥିଲେ। ଏହି ପରୀକ୍ଷା ନୀରିକ୍ଷା ସମୟରେ ରୋଗୀର କ୍ଷୁଦ୍ର ଅନ୍ତ୍ରନଳୀରେ ଏକ ଜୀବନ୍ତ ଅସରପା ମିଳିଥିଲା। ଡାକ୍ତରୀ ଦଳ ଏଣ୍ଡୋସ୍କୋପିକ୍ ଜରିଆରେ ଅସରପାକୁ କାଢିଥିଲେ। ଡାକ୍ତର ଶୁଭମ୍ ବତ୍ସ୍ୟାଙ୍କ କହିବାନୁସାରେ, “କ୍ଷୁଦ୍ର ଅନ୍ତ୍ରନଳୀରେ ଜୀବନ୍ତ ଅସରପା ପ୍ରାଣଘାତୀ ହୋଇପାରେ, ତେଣୁ ଏହାକୁ ବାହାର କରିବା ପାଇଁ ଆମେ ତୁରନ୍ତ ଏକ ଏଣ୍ଡୋସ୍କୋପି କରିଥିଲୁ। ଡାକ୍ତର କହିଛନ୍ତି ଯେ, ହୁଏତ ରୋଗୀ ଖାଦ୍ୟ ଖାଇବା ସମୟରେ ଅସରପାକୁ ଗିଳି ଦେଇଥିବେ ନଚେତ୍ ଏହା ମଧ୍ୟ ସମ୍ଭବ ଯେ ଶୋଇବା ସମୟରେ ଅସରପା ତାଙ୍କ ପାଟିରେ ପଶି ଯାଇଥାଇପାରେ।

- Advertisement -

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories