www.samajalive.in
Saturday, December 13, 2025
21.1 C
Bhubaneswar

ଏନସିପିଏ ଗ୍ରାଉଣ୍ଡରେ ରତନ ଟାଟାଙ୍କ ପାର୍ଥିବ ଶରୀର, ଅପରାହ୍ନ ୪ଟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହେବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏନେଇ ଘୋଷଣା କରିଛନ୍ତି। ଦିବଂଗତ ଶିଳ୍ପପତିଙ୍କ ସମ୍ମାନାର୍ଥେ ଗୁରୁବାର ଶୋକ ଦିବସ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ସିନ୍ଦେ ଘୋଷଣା କରିଛନ୍ତି ଯେ, ମହାରାଷ୍ଟ୍ରର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଅର୍ଦ୍ଧ ନମିତ ରହିବ। ଗୁରୁବାର ପାଇଁ ଧାର୍ଯ୍ୟ ହୋଇଥିବା ମନୋରଞ୍ଜନ କାର୍ଯ୍ୟକ୍ରମଗୁଡ଼ିକ ବାତିଲ କରାଯାଇଛି।

ରତନ ଟାଟାଙ୍କ ବିୟୋଗରେ ସାରା ଦେଶ ଶୋକାଭିଭୂତ ହୋଇଛି। ସମସ୍ତେ ନିଜ ନିଜ ଢଙ୍ଗରେ ତାଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ସାଧାରଣ ଜନତା ମଧ୍ୟ ରତନ ଟାଟାଙ୍କ ଅନ୍ତିମ ଦର୍ଶନ କରିପାରିବେ। ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ଏନସିପିଏ(ନ୍ୟାସନାଲ ସେଣ୍ଟର୍ ଫର୍ ଦି ପରଫର୍ମିଙ୍ଗ୍‌ ଆର୍ଟ୍‌ସ) ଗ୍ରାଉଣ୍ଡରେ ରଖାଯାଇଛି। ତ୍ରିରଙ୍ଗାରେ ଆବୃତ ରତନ ଟାଟାଙ୍କ ପାର୍ଥିବ ଶରୀରକୁ ସର୍ବସାଧାରଣଙ୍କ ଅନ୍ତିମ ଦର୍ଶନ ପାଇଁ ରଖାଯାଇଛି। ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଲୋକେ ତାଙ୍କ ଅନ୍ତିମ ଦର୍ଶନ କରିପାରିବେ। ଅପରାହ୍ନ ୪ଟାରେ ମୁମ୍ବାଇର ଓ୍ବର୍ଲିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଅନ୍ତିମ ସଂସ୍କାର କରାଯିବ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories