www.samajalive.in
Sunday, December 14, 2025
23.1 C
Bhubaneswar

ବିଲା ଛକଠାରୁ ଚିତ୍ରପଶି ରାସ୍ତା ପାଲଟିଛି ମରଣଯନ୍ତା 

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ବିଲା ଛକଠାରୁ ଚିତ୍ରପଶି ପର୍ଯ୍ୟନ୍ତ ରାସ୍ତାର  ଉନ୍ନତୀକରଣ କାମ ଏକ ଠିକା ସଂସ୍ଥା ଆଜକୁ ଏକ ବର୍ଷରୁ ଅଧିକ ସମୟ ହେବ ଆରମ୍ଭ କରିଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ । କେବଳ ପିଚୁ କାମ ସରିଛି। ପାର୍ଶ୍ଵ ରାସ୍ତା ଏ ପର୍ଯ୍ୟନ୍ତ ସରିନାହିଁ । ରାସ୍ତା ଉପରେ ନୂଆ ମାଟି ପକାଇ ପିଚୁ କାମ କରାଯାଇଛି ମାତ୍ର ଏବେ ବର୍ଷା ଦିନରେ ମାଟି ଦବିବା ସହିତ ପିଚୁ ମଧ୍ୟ ଦବିଯାଇ ରାସ୍ତା ଉପରେ ଖାଲ ସୃଷ୍ଟି ହୋଇ ଯାଉଛି । ଠିକା ସଂସ୍ଥା ଏବେ ଖାଲ ଉପରେ ମାଟି ପକାଇ ପ୍ୟାଚ ପକାଉଛି । ଉକ୍ତ ପ୍ୟାଚ ଗୁଡିକ ଏତେ ଉଚ୍ଚ ହେଉଛି ଯେ ରାସ୍ତା ସହିତ ମେଳ ଖାଉନାହିଁ । ଦ୍ରୁତ ଗତିରେ ଆସୁଥିବା ବାଇକ ଗୁଡିକ କଚାଡି ହୋଇପଡୁଛନ୍ତି । ରାମଚନ୍ଦ୍ର ପୁର ଆଶ୍ରମ ନିକଟରେ ୩ଟା ହମ୍ପସ ତିଆରି ହୋଇଛି ତାହା ଏତେ ଉଚ୍ଚ ଯେ ସ୍କୁଟି ର ଛୋଟ ଚକ ଗୁଡିକ ହମ୍ପସରେ ଲାଗି ଯାଉଛି । ଫଳରେ ଚାଳକ ତଳେ ପଡିଯାଇ ଖଣ୍ଡିଆ ହେଉଛନ୍ତି ।

ବିଲା ଶାଳ ଜଙ୍ଗଲଠାରୁ ଲୁଙ୍ଗା ପଟାସ ଜଙ୍ଗଲ ପର୍ଯ୍ୟନ୍ତ ରାସ୍ତା ବଙ୍କାଣି ଥିବାରୁ ସେଠାରେ ସୁରକ୍ଷା ବାଡ଼ ଦିଆ ଯାଇନାହିଁ, କେବଳ ସଙ୍କେତ ଖୁଣ୍ଟ ପୋତା ଯାଇଛି । ଗତ ସେପ୍ଟେମ୍ବର ମାସ ୯ ତାରିଖ ଦିନ ଉଦୟପୁର ଗୁଣ୍ଡୁରିବିଲା ଗ୍ରାମର ଟୁନା ମୁଣ୍ଡା ଓ ସମା ମୁଣ୍ଡା ନାମକ ଦୁଇଜଣ ଯୁବକ ବାଇକ ଯୋଗେ ଯାଉଥିବା ସମୟରେ ଉକ୍ତ ବଙ୍କାଣି ରାସ୍ତାରେ ଭାରସାମ୍ୟ ହରାଇ ସିଧା ଲୁଙ୍ଗା ପଟାସ ଜଙ୍ଗଲ ଭିତରେ ପଶି ଯାଇ ଗଛରେ ବାଡେଇ ହୋଇଥିଲେ । ବେଗୁନିଆପଶି କାଜୁଜଙ୍ଗଲରେ ଅନେକ ଗୁଡିଏ ବଙ୍କା ରାସ୍ତା ରହିଛି ଯେଉଁଠି କି ସୁରକ୍ଷା ବlଡ ନିହାତି ଦରକାର । ବିଭାଗୀୟ ଅଧିକାରୀମାନେ ଆଖିବୁଜି ଦେଇଛନ୍ତି । ଏପରିକି କାମ ଦେଖିବାକୁ ସାଇଟକୁ ମଧ୍ୟ ଯାଉନଥିବା ଅଭିଯୋଗ ହେଉଛି ।

Hot this week

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

Related Articles

Popular Categories