www.samajalive.in
Sunday, December 14, 2025
23.1 C
Bhubaneswar

ଦୀପାବଳିରେ ଲଙ୍କା ଜାଳିବାକୁ ଫେରିଛି ବାଜିରାଓ ସିଂଘମ୍, ଦେଖନ୍ତୁ ଝଲକ୍‌

ସମାଜ ଡିଜିଟାଲ ଡେସ୍କ: ସମସ୍ତ ଅପେକ୍ଷାର ଅନ୍ତ ଘଟିଛି। ରିଲିଜ୍‌ ହୋଇଛି ଚଳିତ ବର୍ଷର ବହୁପ୍ରତୀକ୍ଷିତ ବଲିଉଡ଼ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ ‘ସିଂଘମ୍‌ ଅଗେନ୍’ର ଟ୍ରେଲର। ଏଥିରେ ଅଜୟ ଦେବଗନଙ୍କ ସହ କରୀନା କପୁର ଖାନ, ଦୀପିକା ପାଦୁକୋନ୍‌, ଟାଇଗର ଶ୍ରଫ୍‌, ଅକ୍ଷୟ କୁମାର ଓ ରଣବୀର ସିଂହଙ୍କ ଭଳି ଏକାଧିକ ତାରକା ଅଭିନୟ କରିଛନ୍ତି, ଯାହା ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି। ଟ୍ରେଲରରେ ଏ ସମସ୍ତ କଳାକାରଙ୍କ ଝଲକ୍‌ ଦେଖି ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହ ଦୁଇ ଗୁଣିତ ହୋଇଛି। ଆକ୍ସନ ସହ ଟ୍ରେଲରରେ ଦମ୍‌ଦାର ସଂଳାପ ରହିଛି।

ଟ୍ରେଲର ଆରମ୍ଭରେ ରାମାୟଣ ପ୍ରସଙ୍ଗ ଦେଖିବାକୁ ମିଳିଛି। ଟ୍ରେଲରରେ ସିଂଘମ୍‌ଙ୍କ ପୁଅ ତାଙ୍କ ପିତାଙ୍କୁ ପଚାରୁଛି ଯେ, ଯଦି ରାବଣ ପରି କେହି ତା’ର ମାଆଙ୍କୁ ଅପହରଣ କରନ୍ତି, ତେବେ ସେ କ’ଣ ରାମଙ୍କ ପରି ତାଙ୍କୁ ବଞ୍ଚାଇବାକୁ ଯିବେ? ଉତ୍ତରରେ ସିଂଘମ୍‌ କହୁଛନ୍ତି, ଗୁଗଲରେ ବାଜିରାଓ ସିଂଘମ୍‌ ଟାଇପ୍ କରି ନିଅ, ତୁମେ ଜାଣିଯିବ ଯେ ତୁମ ପିତା ବାସ୍ତବରେ କ’ଣ। ଏଥିରେ ଅଜୟ ଦେବଗନଙ୍କ କଣ୍ଠରେ ଦମ୍‌ଦାର୍‌ ସଂଳାପ ଶୁଣିବାକୁ ମିଳିଛି। ଟ୍ରେଲରରେ ଦୀପିକା ପାଦୁକୋନଙ୍କ ଜବରଦସ୍ତ ଅଭିନୟର ଝଲକ୍ ମଧ୍ୟ ନଜର ଆସିଛି। ଏଥିରେ ସେ ଶକ୍ତି ଶେଟ୍ଟୀ ଭୂମିକାରେ ଅଭିନୟ କରିଛନ୍ତି। ଦୀପିକା ସିଂଘମ୍‌ଙ୍କୁ ନିଜ ଗୁରୁ ବୋଲି କହୁଥିବା ଟ୍ରେଲରରେ ଦେଖିବାକୁ ମିଳିଛି। ଟାଇଗର ଶ୍ରଫ୍‌ଙ୍କ ଝଲକ୍‌ ମଧ୍ୟ ଦେଖାଯାଇଛି। ଟ୍ରେଲରରୁ ଜଣାପଡ଼ୁଛି ଯେ, ଫିଲ୍ମରେ ସିଂଘମ୍‌ ତାଙ୍କ ପତ୍ନୀଙ୍କୁ ବଞ୍ଚାଇବା ପାଇଁ ଶ୍ରୀଲଙ୍କାରେ ଏକ ଗୁପ୍ତ ଅଭିଯାନ ଚଳାଇବେ। ଚଳଚ୍ଚିତ୍ରରେ ଟାଇଗରଙ୍କୁ ଲକ୍ଷ୍ମଣଙ୍କ ଭଳି ପ୍ରଦର୍ଶିତ କରାଯାଇଛି। ଅପରପକ୍ଷେ, ରଣବୀର ସିଂହଙ୍କୁ ହନୁମାନ ଭଳି ଚିତ୍ରଣ କରାଯାଇଛି। ସେହିପରି ଶେଷ ଭାଗରେ ଅକ୍ଷୟ କୁମାରଙ୍କ ଏଣ୍ଟ୍ରି ହେଉଛି ଏବଂ ତାଙ୍କୁ ଜଟାୟୁ ଭାବେ ଦର୍ଶାଯାଇଛି। ‘ସିଂଘମ୍‌ ଅଗେନ୍’ରେ ଅର୍ଜୁନ କପୁର ଖଳନାୟକ ସାଜିଛନ୍ତି। କଳିଯୁଗର ରାବଣ ପରି ତାଙ୍କୁ ଦର୍ଶକଙ୍କ ସାମ୍ନାକୁ ଆଣିବାକୁ ଚେଷ୍ଟା କରାଯାଇଛି। ୪ ମିନିଟ୍‌ ୫୮ ସେକେଣ୍ଡର ଏହି ଟ୍ରେଲରରୁ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ, ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ଆୟ କରିବ। ନଭେମ୍ବର ୧ରେ ପରଦାକୁ ଆସିବ ‘ସିଂଘମ୍ ଅଗେନ୍’।

- Advertisement -

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories