ତାରିଣୀ ମନ୍ଦିର ଭୋଗ ଦୋକାନରେ ଅଗ୍ନିକାଣ୍ଡ

କେନ୍ଦୁଝର: ଘଟ ଗାଁ ତାରିଣୀ ମନ୍ଦିର ଭୋଗ ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ୩ ନଂ ଗେଟ ପାର୍ଶ୍ବରେ ଥିବା ୮ଟି ଭୋଗ ଦୋକାନରେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଗଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି।

Comments are closed.