ଯକ୍ଷ୍ମା ପ୍ରତିଷେଧକ ବିସିଜି ଟୀକାକରଣ, ସଚେତନତା ରଥ ଉଦଘାଟିତ
ଗୁରୁଡିଝାଟିଆ: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବ୍ରହ୍ମପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଗୁରୁବାର ପ୍ରଥମ କରି ବୟସ୍କ ଲୋକମାନଙ୍କୁ ଯକ୍ଷ୍ମାରୋଗର ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ବିସିଜି ଟୀକାକରଣ କରାଯାଇଛି। ଏହି ଅବସରରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ସଚେତନତା ରଥକୁ ଗୋଷ୍ଠୀସ୍ୱାସ୍ଥ୍ୟ ଅଧୀକ୍ଷକ ଡାକ୍ତର ଦିଲ୍ଲିପ ଦାସ ଉଦଘାଟନ କରିଥିଲେ। ୬୦ବର୍ଷରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ, ଯକ୍ଷ୍ମାରୋଗରେ ଆକ୍ରାନ୍ତ ବ୍ୟକ୍ତି, ମଧୁମେହ ରୋଗରେ ଆକ୍ରାନ୍ତ ଜନସାଧାରଣ, ଯକ୍ଷ୍ମାରୋଗୀ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସହିତ ଯେଉଁମାନେ ପୂର୍ବରୁ ଯକ୍ଷ୍ମାରୋଗରେ ଆକ୍ରାନ୍ତ ସେମାନଙ୍କୁ ପ୍ରାଥମିକ ସ୍ତରରେ ଯକ୍ଷ୍ମାରୋଗରୁ ଦୂରେଇ ରଖିବା ପାଇଁ ବିସିଜି ଟୀକା ଦିଆଯିବା ଓ ଏହାର ଉପକାରିତା ସଂପର୍କରେ ଡାକ୍ତର ଦାସ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟକର୍ମୀ ଚିନ୍ମୟୀ ପରିଜା, ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ କବିତାରାଣୀ ଦାସ, ବିପିଏମ ଅପର୍ଣ୍ଣା ମହାପାତ୍ର, ସ୍ୱାସ୍ଥ୍ୟ ପରିଦର୍ଶିକା ଚିଲିକା ସ୍ୱାଇଁଙ୍କ ସହିତ ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ ଓ ଗ୍ରାମର ମହିଳାମାନେ ଉପସ୍ଥିତ ଥିଲେ।
Comments are closed.