www.samajalive.in
Friday, December 12, 2025
23.1 C
Bhubaneswar

ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ଡ୍ରେନପାଣି

ବାସୁଦେବପୁର : ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ଡ୍ରେନପାଣି । ଅସ୍ୱାସ୍ଥ୍ୟକର ପରିବେଶରେ କଟୁଛି ଶୈଶବ । ଏମିତି ଦୃଶ୍ୟ ବାସୁଦେବପୁର ପଞ୍ଚାୟତ ସମିତି ଅଧିନ ଅଢୁଆଁ ପଞ୍ଚାୟତରେ ଦେଖିବାକୁ ମିଳୁଛି । ଏହି ପଞ୍ଚାୟତର ୭ ନମ୍ବର ୱାର୍ଡର ଉପରସାହିରେ ପାଖାପାଖି ଦୁଇଶହରୁ ଉର୍ଦ୍ଧ୍ବ ପରିବାର ବସତି ସ୍ଥାପନ କରି ରହିଆସୁଛନ୍ତି । ଲାଞ୍ଜିପଦାଠାରୁ ଉପରସାହି ପର୍ଯ୍ୟନ୍ତ ଡ୍ରେନ ତିଆରି ହୋଇଥିଲେ ହେଁ ଡ୍ରେନସଫା କରାନଯିବା କାରଣରୁ ଡ୍ରେନପାଣି ନିଷ୍କାସନ ହୋଇନପାରି ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି । ସ୍ଥାନୀୟ ଗ୍ରାମବାସୀମାନେ ଅନେକଥର ଡ୍ରେନସଫା କରିବାକୁ ପ୍ରୟାସ କରି ବିଫଳ ହେବା ପରେ ସ୍ଥାନୀୟ ସରପଞ୍ଚଙ୍କଠାରେ ଏନେଇ ଅଭିଯୋଗ କରିଥିବା ଶଙ୍କର ମଳିକ କହିଛନ୍ତି । ରାଜନୈତିକ ଗୋଷ୍ଠୀ ବିବାଦକୁ ନେଇ ଏପରି ପରିସ୍ଥିତି ଲାଗି ରହିଛି ବୋଲି ଗାଁ କୀର୍ତ୍ତନ ମଳିକ, ରବିନ୍ଦ୍ର ମଳିକ ଓ ଲକ୍ଷ୍ମୀରାଣୀ ମଳିକ କହିଛନ୍ତି । ଏପରିକି ଡ୍ରେନପାଣି ଜମି ରହିବା କାରଣରୁ ଥଣ୍ଡାଜ୍ୱର ସହିତ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ଆସିଛି । ଏନେଇ ସରପଞ୍ଚ କମଳିନୀ ମଳିକ କୁହନ୍ତି, ଡ୍ରେନ ପାଣି ଜମି ରହିବାକୁ ନେଇ ଗାଁଲୋକ ଜଣାଇଛନ୍ତି । ବର୍ଷାଦିନ ହୋଇଥିବା କାରଣରୁ ଡ୍ରେନସଫା ହୋଇପାରିନି । ଆଗାମୀ ଦିନରେ ଡ୍ରେନ ସଫେଇ କରାଯିବା ସହିତ ଉପରସାହିକୁ ସଂଯୋଗ କରୁଥିବା ରାସ୍ତାର ମରାମତି କରାଯିବ ।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories