www.samajalive.in
Sunday, December 14, 2025
26.1 C
Bhubaneswar

୨୦୦ କ୍ଷେପଣାସ୍ତ୍ର ମାଡ଼ ପରେ ଇରାନ କହିଲା- ପ୍ରତିଆକ୍ରମଣ ପର୍ଯ୍ୟନ୍ତ ବିରତି

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ ସବୁଠୁ ବଡ଼ ସାମରିକ ଆକ୍ରମଣ ଥିଲା, ଯାହା ଶେଷ ହୋଇଛି ବୋଲି ବୁଧବାର ଘୋଷଣା କରିଛି ଇରାନ। ଇସ୍ରାଏଲ ପକ୍ଷରୁ ପୁନର୍ବାର ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ ନ କରାଯିବା ପର୍ଯ୍ୟନ୍ତ ଇରାନ ନୀରବ ରହିବ ବୋଲି କହିଛି। ଅନ୍ୟପଟେ ଇରାନ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ଇସ୍ରାଏଲ ଚେତାବନୀ ଦେଇଥିବାବେଳେ ଆମେରିକା ମଧ୍ୟ ପ୍ରତିଆକ୍ରମଣ ଲାଗି ଘୋଷଣା କରିବା ପରେ ଇରାନ ପଛଘୁଞ୍ଚା ଦେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ, ଇସ୍ରାଏଲ ଦିନେ ଦୁଇଦିନ ମଧ୍ୟରେ ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରିବା ଆଶଙ୍କା କରାଯାଉଛି। ଇରାନର ତୈଳ ଉତ୍ପାଦନ କେନ୍ଦ୍ର ଏବଂ ଗୁରୁତ୍ଵପୂର୍ଣ୍ଣ ସ୍ଥାନଗୁଡ଼ିକୁ ଟାର୍ଗେଟ କରିବା ସମ୍ଭାବନା ରହିଛି। ଇସ୍ରାଏଲ ବର୍ତ୍ତମାନ ଲେବାନନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ଉପରେ ଆକ୍ରମଣ ଜାରି ରିଖିଛି। ଏଥିରେ ଅନେକ ଜନସାଧାରଣଙ୍କ ଜୀବନହାନୀ ଘଟୁଥିବାରୁ ଜାତିସଂଘ, ଆମେରିକା, ୟୁରୋପୀୟ ସଂଘ ପକ୍ଷରୁ ଯୁଦ୍ଧବିରତି ପାଇଁ ଇସ୍ରାଏଲକୁ ଅନୁରୋଧ କରାଯାଇଥିବାବେଳେ ଇରାନର ଆକ୍ରମଣ ଯୁଦ୍ଧ ପିରିସ୍ଥିତିକୁ ଅଧିକ ଘନୀଭୂତ କରିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories