www.samajalive.in
Wednesday, December 10, 2025
26.1 C
Bhubaneswar

ଗିରଫ ହେଲା ରକ୍ତ ଦଲାଲ

ସମାଜ ଡିଜିଟାଲ ଡେସ୍କ: କଟକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ଜଣେ ରୋଗୀଙ୍କ ସଂପର୍କୀୟଙ୍କଠାରୁ ୫ ହଜାର ଟଙ୍କା ନେଇ ୬ ୟୁନିଟ ଭୁଲ ପ୍ଲାଟେଲେଟ୍ ଯୋଗାଇଥିବା ଅଭିଯୋଗରେ ଜଣେ ଦଲାଲକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଅଜୟ ନାୟକ ଘର ବାଲେଶ୍ବର ସୋର ଅଞ୍ଚଳରେ ଓ ସେ କଟକ ବିଡ଼ାନାସୀରେ ରହୁଥିଲା ବୋଲି ଜଣାପଡ଼ିଛି। ରୋଗୀଙ୍କ ସଂପର୍କୀୟ କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାର ନିକଟରେ ପ୍ଲାଟେଲେଟ୍ ନେଇ ପଚରାଉଚରା କରୁଥିବାବେଳେ ଏହି ଦଲାଲଙ୍କ ହାବୁଡ଼ରେ ପଡ଼ିଥିଲେ। ସେ ଟଙ୍କା ନେଇ ଏବି-ନେଗେଟିଭ୍‌ ଦବଳରେ ୬ ୟୁନିଟ୍ ପଜିଟିଭ୍‌ ପ୍ଲାଟେଲେଟ୍ ଦେଇଥିଲେ। ପରେ ରୋଗୀଙ୍କ ସଂପର୍କୀୟ ଏ ନେଇ ପଚାରିବାରୁ ପ୍ୟାକେଟ ଉପର ଲେଖାକୁ କଟାକଟି କରି ନେଗେଟିଭ୍‌ ଲେଖିଦେଇ ରୋଗୀଙ୍କ ସଂପର୍କୀୟଙ୍କୁ ଦେଇଥିଲେ। ଅଭିପୋଗ ପାଇବା ପରେ ପୁଲିସ ଅନୁସନ୍ଧାନ କରି ଅଭିଯୁକ୍ତ ଦଲାଲକୁ ଗିରଫ କରିବା ସହ ୬ ୟୁନିଟ ପ୍ଲାଟେଲେଟ୍ ଓ ୬ଟି ବ୍ୟାଗ୍ ଜବତ କରିଛି।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories