www.samajalive.in
Thursday, December 11, 2025
16.1 C
Bhubaneswar

ପରୀକ୍ଷାରେ ଭଲ ନମ୍ବର ରଖିବା ପରେ ପୁଅକୁ ଉପହାର ଦେଲେ ଆଇଫୋନ୍, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ବୋର୍ଡ ପରୀକ୍ଷାରେ ଭଲ ନମ୍ବର ଆଣିବା ପାଇଁ ମାତା-ପିତାମାନେ ପିଲାମାନଙ୍କୁ ଅନେକ ପ୍ରକାର ପ୍ରତିଶ୍ରୁତି ଦିଅନ୍ତି । ଅନେକ ଜିନିଷର ଲୋଭ ଦେଖାଇ ପିଲାମାନଙ୍କୁ ଉତ୍ସାହିତ କରିଥାନ୍ତି । ନିକଟରେ ଜଣେ ପିତା ନିଜ ପୁଅକୁ ଆଇଫୋନ୍ ୧୬ ଉପହାର ଦେଇଛନ୍ତି । ପୁଅ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖିବା ପରେ ଉପହାର କିଣିନେବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

- Advertisement -

ସାମାଜିକ ଗଣମାଧ୍ୟମରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି । ପିତାଙ୍କ ହାତରେ ଆଇଫୋନ୍ ଦେଖିବାକୁ ମିଳୁଛି । ବ୍ୟକ୍ତି ଜଣକ ଜଣେ କବାଡିଆ ଭାବେ କାମ କରନ୍ତି । ତାଙ୍କ ପୁଅ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖିବା ପରେ ସେ ତାର ଏହି ଦାବି ପୂରଣ କରିଛନ୍ତି । ସେ ପୁଅକୁ ଏକ ଦେଢଲକ୍ଷ ଟଙ୍କାର ଫୋନ୍ ଉପହାର ଦେବା ସହିତ ନିଜ ପାଇଁ ଏକ ୮୫ ହଜାର ଟଙ୍କାର ଆଇଫୋନ୍ କିଣିଛନ୍ତି ।

ସେ ନିଜ ଖୁସି ବ୍ୟକ୍ତି କରି ଭିଡିଓରେ କିଛି କହୁଛନ୍ତି କିନ୍ତୁ ଭାଷା ବୁଝିହେଉନି । କିନ୍ତୁ ତାଙ୍କ ଖୁସି ଜଣାପଡୁଛି । ସାମାଜିକ ଗଣମାଧ୍ୟମରେ ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି। ସମସ୍ତେ ଏହାକୁ ଲାଇକ୍ କରିବା ସହ ସେୟାର କରୁଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories