www.samajalive.in
Saturday, December 13, 2025
26.1 C
Bhubaneswar

କାନରେ ଇୟରଫୋନ ଲଗାଇ ରେଳ ଧାରଣାରେ ଚାଲୁଥିଲେ ୨ ଶ୍ରମିକ, ଚଢ଼ିଗଲା ଟ୍ରେନ

ସମାଜ ଡିଜିଟାଲ ଡେସ୍କ: ରାସ୍ତାରେ ଯାଉଥିବାବେଳେ ଇୟରଫୋନ ଲଗାଇ ଗୀତ ଶୁଣିବା କେତେ ଭୟଙ୍କର ହୋଇପାରେ ତାହାର ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁରରେ। ୨ ଜଣ ଶ୍ରମିକ ରେଳ ଧାରଣାରେ ଯାଉଥିବାବେଳେ କାନରେ ଇୟରଫୋନ ଲଗାଇ ଗୀତ ଶୁଣୁଥିଲେ। ଏହି ସମୟରେ ଟ୍ରେନ ଆସିଯିବାରୁ ଉଭୟଙ୍କର ଜୀବନ ଚାଲିଯାଇଛି।

ସୂଚନା ଅନୁସାରେ, ଶନିବାର ଭୋର ସମୟରେ କାନପୁରସ୍ଥିତ ରେଳ ଷ୍ଟେସନ ନିକଟରେ ପ୍ରତାପଗଡ଼-କାନପୁର ଇଣ୍ଟରସିଟି ଏକ୍ସପ୍ରେସ ଧକ୍କାରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂଚନା ଅନୁସାରେ ଦୁର୍ଘଟଣା ସମୟରେ ଶ୍ରମିକ ଦୁଇଜଣ କାନରେ ଇୟରଫୋନ ଲଗାଇ ଧାରଣାରେ ଯାଉଥିଲେ। ଗୌରୀଗଞ୍ଜ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକ ଦ୍ଵୟ ହେଲେ ସୀତାପୁର ଜିଲାର ପ୍ରମୋଦ ଯାଦବ ଏବଂ ଲକ୍ଷୀମପୁରର ରୋହିତ ବିଶ୍ଵକର୍ମା। ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories