www.samajalive.in
Sunday, December 14, 2025
14.1 C
Bhubaneswar

କନ୍ଧମାଳ ବିଦ୍ୟାଳୟରେ ଛାତ୍ରୀ ପ୍ରସବ ଘଟଣା ; ରାଜ୍ୟ ସରକାରଙ୍କୁ ଏନଏଚ୍‍ଆରସିର ନୋଟିସ୍‍

କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ସରକାରୀ ଆବାସିକ ବିଦ୍ୟାଳୟ ଛାତ୍ରୀନିବାସରେ ନାବାଳିକାର ସନ୍ତାନ ପ୍ରସବ ଘଟଣା ନେଇ ଓଡ଼ିଶା ସରକାରଙ୍କୁ ଏନଏଚଆରସିଙ୍କ ନୋଟିସ୍‍ ଜାରି କରିଛି। ଏହି ଘଟଣା ଜାନୁଆରୀ ୧୨ରେ କନ୍ଧମାଳ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ସେବାଶ୍ରମ ବିଦ୍ୟାଳୟର ଛାତ୍ରୀନିବାସରେ ଏହା ଘଟିଥିଲା। ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ୧୪ ବର୍ଷୀୟ ନାବାଳିକା କନ୍ୟା ସନ୍ତାନ ଜନ୍ମ କରିବା ନେଇ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇବା ପରେ ଜାତୀୟ ମାନବିକ ଅଧିକାର ଆୟୋଗ (ଏନଏଚଆରସି) ନିଜ ଆଡ଼ୁ ମାମଲା ବିଚାରକୁ ନେଇ ଓଡ଼ିଶା ସରକାରଙ୍କୁ ନୋଟିସ ଜାରି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ସନ୍ତାନ ପ୍ରସବ କରିବା ପରେ ପୀଡ଼ିତା ନାବାଳିକାକୁ ନବଜାତ ଶିଶୁ ସହିତ ଛାତ୍ରୀନିବାସରୁ ଜବରଦସ୍ତ ବାହାର କରି ଦିଆଯାଇଥିଲା ଏବଂ ସେ ନିକଟସ୍ଥ ଜଙ୍ଗଲରେ ଆଶ୍ରୟ ନେବା ପାଇଁ ବାଧ୍ୟ ହୋଇଥିଲେ। ଜାନୁଆରୀ ୧୩ରେ ସ୍ଥାନୀୟ ପୋଲିସ ସହାୟତାରେ ନବଜାତକ ସହିତ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ପୀଡ଼ିତା ନାବାଳିକାର ଉଦ୍ଧାର/ଥଇଥାନ ସହିତ ଆବଶ୍ୟକ ପରାମର୍ଶ ଦିଗରେ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ୪ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବା ଲାଗି ମୁଖ୍ୟ ଶାସନ ସଚିବ, ଓଡ଼ିଶା ସରକାରଙ୍କୁ ଜାତୀୟ ମାନବିକ ଅଧିକାର ଆୟୋଗ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି। ନାବାଳିକା ଜଣକ ଅନୁସୂଚିତ ଜନଜାତି ବର୍ଗର, ତେଣୁ କେଉଁ ଧାରାରେ ମାମଲା ରୁଜୁ କରାଯାଇଛି ଏବଂ ଏସସି/ଏସଟି (ପିଓଏ) ଅଧିନିୟମ, ୧୯୯୫ର ବ୍ୟବସ୍ଥା ଅନୁଯାୟୀ ପୀଡ଼ିତାର ଥଇଥାନର ସ୍ଥିତି ସମ୍ପର୍କରେ ଜାଣିବା ଲାଗି ଆୟୋଗ ଚାହିଁଛନ୍ତି।
ସୋମବାର ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଦାରିଙ୍ଗିବାଡ଼ି କଲେଜର ଜଣେ ତୃତୀୟ ବର୍ଷର ଛାତ୍ର ଗିରଫ ହୋଇଛି, ବିଦ୍ୟାଳୟର ଦୁଇ ଜଣ ମାଟ୍ରନ ଏବଂ ଦୁଇ ଜଣ ରୋଷେୟା ତଥା ସହାୟକ, ଜଣେ ମହିଳା ସୁପରଭାଇଜର ଏବଂ ଜଣେ ସହାୟକ ନର୍ସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏହି ଅଭିଯୋଗରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ସ୍ଥାନୀୟ ଲୋକମାନେ ମଧ୍ୟ ଅଭିଯୁକ୍ତମାନଙ୍କ ତୁରନ୍ତ ଗିରଫଦାରୀ ଏବଂ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ହଷ୍ଟେଲ ୱାର୍ଡେନଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବି କରି ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories