www.samajalive.in
Monday, December 8, 2025
13.1 C
Bhubaneswar

ବିଧାୟକଙ୍କ ଦ୍ୱାରା ନୂତନ ରାସ୍ତା ଓ ପାର୍କ ଶୁଭାରମ୍ଭ 

ବୁର୍ଲା: ବୁର୍ଲା ସ୍ଥାନୀୟ ଶକ୍ତିନଗର ୬ ନମ୍ବର ୱାର୍ଡସ୍ଥିତ  ଫେବର ବ୍ଲକ ଦ୍ୱାରା ନବ ନିର୍ମିତ ରାସ୍ତା ସ୍ଥାନୀୟ ମାନ୍ୟବର ବିଧାୟକ ଜୟନାରାୟଣ ମିଶ୍ର ଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଅଛି। ସମ୍ବଲପୁର ମହାନଗର ଦ୍ୱାରା ଏହି ରାସ୍ତାର ନିର୍ମାଣ ନିମନ୍ତେ ପ୍ରାୟ ୩୯ ଲକ୍ଷ ୩୬ ହଜାର ଟଙ୍କାର ବ୍ୟୟ ଅଟକଳ ରଖାଯାଇଅଛି।  ଏହା ସହିତ ଏକ ପାର୍କ ର ଉଦଘାଟନ ହୋଇଯାଇଛି। ଲୋକମାନଙ୍କ ଲାଗି ଜନଶୁଣାଣି କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ରମାକାନ୍ତ ସାହୁ ସଭାପତିତ୍ୱ କରିଥିବା ବେଳେ ସୁଶ୍ରୀ ଶୁଭଶ୍ରୀ ମିଶ୍ର, ଅନିଲ ବେହେରା, ସୁଶାନ୍ତ ପୁରୋହିତ, ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଚେୟାରମ୍ୟାନ ଶିବରାମ ସାହୁ, ତରଣୀସେନ ଚାନ୍ଦ ଓ ଉମେଶ ଚନ୍ଦ୍ର ବଳ ମଂଚାସୀନ ଥିଲେ। ଦେବାଶିଷ ନନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟ ସହଯୋଗ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଜଗଜିତ ସିଂ, ତ୍ରିଲୋଚନ ସିଂ ହରି ପଣ୍ଡା, ଭୀମ ପଟ୍ଟନାୟକ, ସଂଜୀବ ବର୍ମା, ଦିନେଶ ଷଡ଼ଙ୍ଗୀ, ଅଶୋକ ସାହୁ, ସୁଶାନ୍ତ ତାଣ୍ଡି, ଜୟନ୍ତ କୁମାର ସାହୁ,.ଏବଂ ମହିଳା ମାନଙ୍କ ମଧ୍ୟ୍ୟରେ ବେଲି ଭୁୟେ, ଶାନ୍ତି ମହାନ୍ତି, ଦୁର୍ଗେଶିନୀ ମହାନ୍ତି, ରାଜକୁମାରୀ ନିଆଲ, ଶାନ୍ତି ଲାମା,ସୀତା ପ୍ରଧାନ,ମଞ୍ଜୁ ସୁନା, ମଞ୍ଜୁଳା ମେହେର ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories