ଆମ ରାଜ୍ୟ ସଙ୍ଗୀତ, ଆମ ପର୍ଯ୍ୟଟନ ସମ୍ଭାବନାର ଦର୍ପଣ

ଓଡିଶାକୁ ତୃତୀୟ ସର୍ବବୃହତ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯିବ

ଭୁବନେଶ୍ୱର: ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓଡ଼ିଶାର ଜନସାଧାରଣ ଓ ସାରା ଦେଶ ଏବଂ ବିଶ୍ୱର ପର୍ଯ୍ୟଟନପ୍ରେମୀମାନଙ୍କୁ ଓଡିଶା ମାଟିରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ।

ଓଡିଶା ହେଉଛି ଆମ ଦେଶର ଇeଟଟ୍ଟ ଔeଞ୍ଛଟ୍ଟ ଗecreଟ୍ଟ! ପର୍ଯ୍ୟଟନର ଅପାର ସମ୍ଭାବନା ଆମ ପାଖରେ ରହିଛି । ଓଡିଶାକୁ ତୃତୀୟ ସର୍ବବୃହତ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାର ପ୍ରତିଶ୍ରୁତି ଦେବା ସହ ପର୍ଯ୍ୟଟନ ମାଧ୍ୟମରେ ଅର୍ଥ ବ୍ୟବସ୍ଥାର ଦୃତ ବିକାଶ ଓ ନିଯୁକ୍ତି ଏବଂ ରୋଜଗାର ସୃଷ୍ଟି କରିବା ରାଜ୍ୟ ସରକାରଙ୍କର ପ୍ରାଥମିକତା ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା । ଶାନ୍ତି ପ୍ରତିଷ୍ଠା ହେଉଛି ଓଡ଼ିଶା ଏତିହ୍ୟର ପରିଚୟ ବୋଲି ସେ ମତ ପ୍ରକାଶ କରିଛନ୍ତି ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ କବିତା ‘ବନ୍ଦେ ଉତ୍କଳ ଜନନୀ’ ରୁ ଉଦ୍ଧୃତ ପଂକ୍ତି ‘ପୂତ ପୟୋଧି ବିଧୌତ ଶରୀରା, ତାଳ- ତମାଳ- ସୁଶୋଭିତ-ତୀରା , ଶୁଭ୍ର ତଟିନୀକୂଳ- ଶିଖର- ସମୀରା’ ଏବଂ ‘ଘନ ଘନ ବନଭୂମି ରାଜିତ ଅଙ୍ଗେ, ନୀଳ ଭୂଧରମାଳା ସାଜେ ତରଙ୍ଗେ, କଳ କଳ ମୁଖରିତ ଚାରୁ ବିହଙ୍ଗେ’କୁ ଉଲ୍ଲେଖ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସଙ୍ଗୀତ ଆମର ପର୍ଯ୍ୟଟନ ସମ୍ଭାବନାର ଆଇନା । ବଣ, ଜଙ୍ଗଲ, ପାହାଡ଼, ପର୍ବତ, ନଦୀ, ସମୁଦ୍ର ପର୍ଯ୍ୟଟନର ନୂଆ ସମ୍ଭାବନା ସହ ନୂଆ ଓଡ଼ିଶାର ଅର୍ଥନୀତି ବିକାଶରେ ନୂଆ ଅଧ୍ୟାୟ ଯୋଡିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଓଡ଼ିଶାର ପର୍ଯ୍ୟଟନକୁ ସ୍ୱତନ୍ତ୍ର ପରିଚୟ ଦେବା ଉଦ୍ଦେଶ୍ୟରେ ଏହି ରାଲି, ଶାନ୍ତିର ପ୍ରତୀକ ଧଉଳି ଶାନ୍ତିସ୍ତୁପରୁ ଆରମ୍ଭ ହୋଇଛି । ରୋଡ୍‌ ଟ୍ରିପ୍‌ ପାଇଁ ଖ୍ୟାତି ଅର୍ଜନ କରିଥିବା ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ୧୦୦ ଜଣ ବାଇକର୍‌ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବାଇକର୍‌ମାନଙ୍କୁ ଧନ୍ୟବାଦ ପ୍ରଦାନ କରି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲବନ୍ତ ସିଂହ କହିଥିଲେ ଯେ ଶାନ୍ତି ଓ ଏକତାକୁ ପ୍ରୋତ୍ସାହନ ଦେବା ସହ ପର୍ଯ୍ୟଟନ ଶିଳ୍ପ ଆଞ୍ଚଳିକ ଅର୍ଥନୀତିକୁ ମଧ୍ୟ ସୁଦୃ କରିଥାଏ । ଓଡ଼ିଶା ସୁପର ରାଇଡର ଗୋଷ୍ଠୀର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ନାୟକଙ୍କ ନେତୃତ୍ୱରେ ଏହି ବାଇକ ରାଲି ଧଉଳିରୁ କୋଣାର୍କ ପର୍ଯ୍ୟନ୍ତ ପର୍ଯ୍ୟଟନ ଦିବସର ବାର୍ତ୍ତା ବହନ କରି ଯାତ୍ରା କରିଥିଲା ।

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବାଇକ ରାଲିର ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଶ୍ରୀ ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓିଶାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରକାଶ କରିଥିଲେ । ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶାନ୍ତିପୂର୍ଣ୍ଣ ପରିବେଶ ପର୍ଯ୍ୟଟକମାନଙ୍କୁ ସ୍ୱର୍ଗୀୟ ଅନୁଭବ ପ୍ରଦାନ କରେ ବୋଲି ସେ ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ ଅତିରିକ୍ତ ଜିଲାପାଳଶରତ ଚନ୍ଦ୍ର ବେହେରା, କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ତ୍ରିପାଠୀ ଯୋଗଦେଇଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ସମର୍ଥ ବର୍ମା ଧନ୍ୟବାଦ ଅର୍ପଣ କରିବା ଅବସରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ବାଲେଶ୍ୱରରୁ ଲଣ୍ଡନ ପର୍ଯ୍ୟନ୍ତ ୩୦ଟି ଦେଶ ଦେଇ ରୋଡ଼୍‌ ଟ୍ରିପ୍‌କୁ ନିଜର ହାର୍ଲେ ଡାଭିଡ୍‌ସନ୍‌ ବାଇକ୍‌ ଦ୍ୱାରା ଯାତ୍ରା କରିଥିବା ଶ୍ରୀ କ୍ରିଷ୍ଣା ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ବିଭାଗ ତରଫରୁ ବିଭିନ୍ନ ଜିଲ୍ଲାରେ ରକ୍ତଦାନ ଶିବିର, ବ୍ଲଗର ପ୍ରତିଯୋଗିତା (Teଝଝ yଞ୍ଚଫr କ୍ସଛiଟhଚ୍ଚ Tଚ୍ଚଝe), କ୍ୱିଜ୍‌ ପ୍ରତିଯୋଗିତା, ବେଳଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଲଗର ପ୍ରତିଯୋଗିତାରେ ୧୧୬ ଜଣ ବ୍ଲଗର ଓଡ଼ିଶାର କଳା, ସଂସ୍କୃତି, ବେଳାଭୂମି, ଜଳାଶୟ, ମନ୍ଦିର ଓ ଐତିହ୍ୟସ୍ଥଳ, ପାହାଡ଼, ଜଙ୍ଗଲ ଓ ବନ୍ୟପ୍ରାଣୀ ଆଦି ବିଷୟବସ୍ତୁ ଉପରେ ନିଜର ଭିିଡ଼ିଓ ପଠାଇଥିଲେ । ପୁରୀର ସ୍ୱର୍ଗଦ୍ୱାର ବେଳାଭୂମିଠାରୁ ଦିଗବାରେଣୀ ବେଳଭୂମି ପର୍ଯନ୍ତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହା ସହ ସନ୍ଧ୍ୟାରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପଠାରେ ପର୍ଯ୍ୟଟନ ବିଭାଗର ସାଂସ୍କୃତିକ ସଂଘ ଦ୍ୱାରା ‘ଅଭିଶପ୍ତ ଘୁଙ୍ଗୁର’ ନାମକ ଏକ ନାଟକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାକୁ ତୃତୀୟ ସର୍ବବୃହତ ପର୍ଯ୍ୟଟନ ରାଜ୍ୟରେ ପରିଣିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଓଡ଼ିଶାର ବିଭିନ୍ନ ଲୁMାୟିତ ପର୍ଯ୍ୟଟନ ସ୍ଥାନର ବିକାଶକୁ ପ୍ରାଧାନ୍ୟ ଦିଆଯିବ ବୋଲି ସେ ଉଲ୍ଲେଖ କରିଥିଲେ ।

ବ୍ଲଗ ପ୍ରତିଯୋଗିତାର ବିଜେତା ଭିିଡ଼ିଓ ବ୍ଲଗର ଆରାଧନା ବିଶ୍ୱାଳ, ଆଶିଷ ସିଂ, ସାହିର୍‌ କୁମାର ଏବଂ ଆୟୁଷ୍ମାନ୍‌ ସିଂ ଠାକୁରଙ୍କୁ ୧୦ ହଜାର ଟଙ୍କା ସହ ଚଳିତ ବର୍ଷ ଇକୋରିଟ୍ରିଟ୍‌ ଅବସରରେ ସେମାନଙ୍କର ପସନ୍ଦ ମୁତାବକ ସ୍ଥାନରେ ଦୁଇଜଣଙ୍କ ପାଇଁ ଗୋଟିଏ ରାତ୍ରି ରହଣିର ସୁବିଧା ପୁରସ୍କାର ଭାବେ ଦିଆଯାଇଛି ।

Comments are closed.