www.samajalive.in
Tuesday, December 9, 2025
17.1 C
Bhubaneswar

ପୁଷ୍ଟିକର ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହନ ସହ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ

ଭୁବନେଶ୍ୱର:ଆଜି ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିରଠାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆନୁକୂଲ୍ୟରେ ପୋଷଣ ମାହ (ଜାତୀୟ ପୁଷ୍ଟି ମାସ) ଉତ୍ସବ ପାଳିତ ହୋଇଯାଇଛି । ରାଜ୍ୟର ଶିଶୁମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ନିମନ୍ତେ ଶପଥ ନେବା ଏବଂ ଏ ଦିଗରେ ରାଜ୍ୟ ସରକାରଙ୍କ ଉଲ୍ଲେଖନୀୟ ପଦକ୍ଷେପକୁ ସ୍ୱାଗତ ଜଣାଇବା ପାଇଁ ଏହି ଉତ୍ସବ ପାଳନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର ସ୍ୱାଗତ ଭାଷଣ ରଖି କହିଥିଲେ ଯେ ଶିଶୁମାନଙ୍କର ପୋଷଣ ସହ ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କର ପୁଷ୍ଟିକର ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହନ ଦେବା ଓ ଏ ସଂପର୍କିତ ଜନସଚେତନତା ସୃଷ୍ଟି କରିବା ଏହି ଉତ୍ସବର ମୂଳଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଶିଶୁମାନଙ୍କ ଅଧିକାରର ସୁରକ୍ଷା ସହ ସେମାନଙ୍କର କଲ୍ୟାଣ ନିମନ୍ତେ ପ୍ରତିବଦ୍ଧ ବୋଲି ସେ ପ୍ରକାଶ କରିଥିଲେ ।

- Advertisement -

କ୍ୟାପିଟାଲ୍‌ ହସ୍‌ପିଟାଲ୍‌ର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. ପ୍ରଭାକର ସେଠୀ, ୟୁନିସେଫ୍‌ ଓଡ଼ିଶାର ସାମାଜିକ ନୀତି ବିଶେଷଜ୍ଞ ଅଜୟ ସିଂ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡା. ସ୍ମୃତିଜିତ୍‌ ପଟ୍ଟନାୟକ, ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ (ଶିଶୁ ସ୍ୱାସ୍ଥ୍ୟ) ଡା. ଆଦିତ୍ୟ ମହାପାତ୍ର ପୋଷଣ ମାହର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଥିଲେ । ଶିଶୁ ସ୍ୱାସ୍ଥ୍ୟର ଉପରେ ଗୁରୁତ୍ୱ ଦେବା ସହ ଏକ ସୁସ୍ଥ ନାଗରିକ ସଂସ୍କୃତି ନିର୍ମାଣରେ ମା’ମାନଙ୍କର ଭୂମିକା ଉପରେ ଅତିଥିମାନେ ଉପସ୍ଥିତ ଅଙ୍ଗନବାଡ଼ି କର୍ମୀ, ଏଏନ୍‌ଏମ୍‌ ଛାତ୍ରୀ, ସ୍ୱାସ୍ଥ୍ୟକର୍ମୀ, ତୃଣମୂଳ ସ୍ତରରେ କାର୍ଯ୍ୟରତ କର୍ମୀ ଓ ମା’ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାରପ୍ରସାର ନିମନ୍ତେ ଅତିଥିମାନେ ଶିଶୁମାନଙ୍କ ପୋଷଣ ଆଧାରିତ ବାର୍ତ୍ତା ଥିବା ତଥ୍ୟଭିତ୍ତିକ ପୋଷ୍ଟର ଓ ଲିଫ୍‌ଲେଟ୍‌ର ଉନ୍ମୋଚନ କରିଥିଲେ ।

ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଓ ତୃଣମୂଳସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଶିଶୁମାନଙ୍କ ପୋଷଣ ଓ ଉତ୍ତମ ଅଭ୍ୟାସ ବିଷୟରେ ଅଧିକ ଧାରଣା ଦେବା ପାଇଁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଓଡ଼ିଶାରେ ଶିଶୁଙ୍କ ପୁଷ୍ଟିକର ଖାଦ୍ୟରେ ଉନ୍ନତି ଆଣିବା କ୍ଷେତ୍ରରେ ନିଜ ନିଜର ସହଯୋଗ ଦେବା ନିମନ୍ତେ ଉପସ୍ଥିତ ସମସ୍ତ କର୍ମଚାରୀ, ଛାତ୍ରୀ ଓ ସଂପୃକ୍ତ କର୍ମୀମାନେ ଶପଥ ପାଠ କରିଥିଲେ । ଏଏନ୍‌ଏମ୍‌ ଛାତ୍ରୀମାନଙ୍କ ମଧ୍ୟରେ ଉତ୍ତମ ଖାଦ୍ୟ ଅଭ୍ୟାସ ଉପରେ ଆଧାରିତ ଏକ କ୍ୱିଜ୍‌ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories