www.samajalive.in
Wednesday, December 10, 2025
18.1 C
Bhubaneswar

ଭିମସାର ନର୍ସିଂ କର୍ମଚାରୀ ସଂଘର ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ, ରୋଗୀ ସେବା ପ୍ରଭାବିତ

ବୁର୍ଲା: ଶୁକ୍ରବାର ବୁର୍ଲା ଭିମସାର ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ବୁଧବାର ଓ ଗୁରୁବାର ଆନ୍ଦୋଳନ ଚାଲିଥିଲେ ସୁଦ୍ଧା ଆଇସିୟୁ, ଲେବର ରୁମ, ଏସଏନସିୟୁ, ଓଟି, ଆଶୁଚିକିତ୍ସା ବିଭାଗ ଆଦି ଜରୁରୀ ସେବାକୁ ଏଥିରୁ ବାଦ ଦିଆଯାଇଥିଲା। ଦୁଇ ଦିନ ଭିତରେ ଦାବି ପୂରଣ ନହେଲେ ଶୁକ୍ରବାରଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ କରିବା ପାଇଁ ରାଜ୍ୟ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାଇ ଦିଆଯାଇଥିଲା। ଦାବି ପୂରଣ ନ ହେବାରୁ ଭିମସାର ସଂଘ ଆଜିଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି। ଫଳରେ ରୋଗୀ ସେବା ତୀବ୍ରତର ଭାବରେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି । ଏପରିକି କେତେକ ବିଭାଗରୁ ରୋଗୀଙ୍କୁ ଘରକୁ ନେଇ ଯିବା ପାଇଁ କୁହାଯାଉଥିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ। ଏପରିକି କେତେକ ବିଭାଗର ଚିକିତ୍ସା ବ୍ୟବସ୍ଥା ପ୍ରଭାବିତ ହେବାକୁ ନେଇ ଆଲୋଚନା ଜୋର ଧରିଛି।

ପଶ୍ଚିମ ଓଡ଼ିଶାର ମେଡ଼ିକାଲ ଭାବରେ ନାମିତ ହୋଇଥିବା ବୁର୍ଲା ଭିମସାରରେ ସେବିକାଙ୍କ ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଚିକିତ୍ସା ସେବାକୁ ପ୍ରଭାବିତ କରିବା ଆଶଙ୍କାକୁ ବଢାଇ ଦେଇଛି। ତେବେ ଅଚଳାବସ୍ଥାକୁ ପରିଚାଳନା କରିବା ପାଇଁ ଭିମସାର କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିଛନ୍ତି। ଭିମସାରରେ କାର୍ଯ୍ୟରତ ପ୍ରାୟ ୨୫ ଜଣ ବରିଷ୍ଠ ନର୍ସିଂ ଅଫିସରଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଦାୟିତ୍ବ ବଣ୍ଟନ କରାଯାଇଥିବା ଜଣାଯାଇଛି। ନର୍ସିଂ ଛାତ୍ରଛାତ୍ରୀଙ୍କ ସହଯୋଗରେ ସେମାନେ ରୋଗୀସେବା ଯୋଗାଉଥିବା ଦେଖିବାକୁ ମିଳିଛି। ସଂଘ ପକ୍ଷରୁ ଆନ୍ଦୋଳନ ଚାଲିଥିବା ବେଳେ ଫାର୍ମାସିଷ୍ଟ ସଂଘ ଓ ମେଡିକାଲ କର୍ମଚାରୀ ସଂଘର କର୍ମକର୍ତ୍ତା ଆସି ଆନ୍ଦୋଳନ ସ୍ଥଳକୁ ଆସି ସମର୍ଥନ ଜଣାଇଛନ୍ତି। ଅନ୍ୟପଟେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବ ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ ଆନ୍ଦୋଳନ ସ୍ଥଳକୁ ଆସି ଆନ୍ଦୋଳନ ପ୍ରତି ବିଜେଡିର ସମର୍ଥନ ଥିବା ପ୍ରକାଶ କରିଛନ୍ତି। ତାଙ୍କ ସହ ନର୍ସିଂ କର୍ମଚାରୀ ସଂଘର ପୂର୍ବ ସଭାପତି ଲିଳିତା କୁମାରୀ, ବିଜେଡି ଜିଲ୍ଲା ଉପସଭାପତି ଅଶୋକ ମହାକୁର, ସାଧାରଣ ସମ୍ପାଦକ ଦିଲୀପ ଦାଶ, ଯୁବ ବିଜେଡି ସାଧାରଣ ସମ୍ପାଦକ ଦୀନେଶ ସେଠଙ୍କ ସହ ଦଳର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

- Advertisement -

ସୂଚନା ଅନୁସାରେ ସୂଚନା ଅନୁସାରେ ୧୨ ନଭେମ୍ବର ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କ ଛ’ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ଓ ସମସ୍ତ ଆର୍ଥିକ ସୁବିଧା ପ୍ରଦାନ, ଯୋଗ୍ୟ ନର୍ସିଂ ଅଫିସରଙ୍କୁ ବରିଷ୍ଠତା ଭିତ୍ତିରେ ବରିଷ୍ଠ ନର୍ସିଂ ଅଫିସର ପଦବୀରେ ପଦୋପନ୍ନତି, ସହକାରୀ ନର୍ସିଂ ଅଧୀକ୍ଷକ ପଦବୀକୁ ପଦୋନ୍ନତି ପାଇଁ କାର୍ଯ୍ୟ ସୀମା କୋହଳ, ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ସରକାରୀ ନସିଂ ଅଫିସରଙ୍କୁ ସିଏଚଓ ପଦବୀରୁ ଫେରାଇ ଆଣି କ୍ୟାଡର ପଦବୀରେ ବିଭିନ୍ନ ସରକାରୀ ଡାକ୍ତରଖାନାରେ ନସିଂ ସେବା ଯୋଗାଇ ଦେବା ନିମନ୍ତେ ଠୋସ ପଦକ୍ଷେପ ନିଆଯିବା ଆଦି ୧୦ଟି ଦାବି ରହିଛି। ଭିମସାରର ଆନ୍ଦୋଳନରେ ସଂଘର ସଭାପତି ତୁଷାର ତରଙ୍ଗିଣୀ ଦଣ୍ଡିଆ, ଉପସଭାପତି ଓମପ୍ରକାଶ ପରିଜା, ଯୁଗ୍ମ ସଂପାଦକ ବିଭୂତି ଭୂଷଣ ପଟ୍ଟନାୟକ ଓ ଶୁଭଜ୍ୟୋତି ନାୟକ, କୋଷାଧ୍ୟକ୍ଷ ଜ୍ୟୋତ୍ସ୍ନାରାଣୀ ମହାନ୍ତି ପ୍ରମୁଖ ନେତୃତ୍ବ ନେଉଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories