www.samajalive.in
Monday, December 8, 2025
14.1 C
Bhubaneswar

ଶୁକ୍ରବାର ରାଶିଫଳ: ସବୁ ଦିଗରୁ ମିଳିବ ଖୁସି ଖବର, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ବଣମଲ୍ଲୀ ହେଲେ ବି ସହରାଞ୍ଚଳଙ୍କୁ ସୁବାସିତ କରିପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ କର୍ମତତ୍ପର ରହିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ରାଜ ଦରବାରରୁ ସମ୍ମାନ ସହିତ ଅର୍ଥପ୍ରାପ୍ତ ହେବେ।

ବୃଷ- ପରିବାରରୂପି ସଂସ୍କାରଶାଳାକୁ ଉତ୍ତମ ରୂପେ ଅନୁଭବ କରିବା ଆବଶ୍ୟକ। ସ୍ବଧର୍ମରେ ଆପଣ ପାପ ଭାଗୀ ହେବେ ନାହିଁ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ।

- Advertisement -

ମିଥୁନ- ଆପଣଙ୍କ ସୁକର୍ମ ଭାଗ୍ୟନିୟନ୍ତା ହୋଇପାରନ୍ତି। ପତ୍ନୀଙ୍କ ଉପଦେଶ ଦିନଟିକୁ ସୁଖମୟ କରିପାରେ। ଅଧିକ କ୍ଷମତା ପାଇ ନିଜେ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ଉଚ୍ଚାଭିଳାଷୀ ହୋଇପାରନ୍ତି। କର୍ମଠ ହେବେ।

କର୍କଟ- ବିପଦକୁ ସାହସର ସହ ମୁକାବିଲା କରିବାରେ ସଫଳ ହେବେ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତିକରିବେ। ଜଳଯାତ୍ରା ନ କରିବା ଭଲ। ଅଯଥା ପାରିବାରିକ ଜଞ୍ଜାଳରେ ଫସିଯାଇପାରନ୍ତି। ପରୋପକାରୀ ହେବେ।

ସିଂହ- ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। ମହିଳାମାନଙ୍କର ଗୃହସ୍ଥ ଧର୍ମ ସର୍ବୋତ୍କୃଷ୍ଟ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି।

କନ୍ୟା- ଜୀବଜଗତ ପାଇଁ ଆକର୍ଷଣର ମୋହ ଆପଣଙ୍କୁ ସ୍ବୟଂସିଦ୍ଧ କରିପାରେ। ମହତ୍‌ ଲୋକଙ୍କ ପାଖରୁ ଭିକ୍ଷା ନ ମିଳିଲେ ବି ତାହା ସହ୍ୟ ହେବ; ମାତ୍ର ଅକ୍ଷମ ଲୋକଙ୍କଠାରୁ ଭିକ୍ଷା ମିଳିଲେ ବି ତାହା ବର୍ଜନୀୟ।

ତୁଳା- ସୀମାହୀନର ସୀମା ଓ ଅସ୍ଥିତ୍ବହୀନର ସ୍ଥିତି କେବେ କଳ୍ପନା କରାଯାଇ ନପାରେ। ବନ୍ଧୁ ସହଯୋଗ ପାଇ ଶତ୍ରୁ ଦମନ କରିବେ ଓ ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହୋଇପାରନ୍ତି।

ବିଛା- ଲକ୍ଷ୍ମୀ ବରଦାୟିକା ଥିବାରୁ ଇଚ୍ଛା ପରିପୂର୍ଣ୍ଣ ହୋଇପାରେ। ବିଦ୍ୟାର୍ଜନ କରି ବିନୟୀ ହେବେ। ପରିଶ୍ରମ ର ମୂଲ୍ୟ ମିଳିବ। ଯାନବାହନ ସୁଖ ମିଳିବ। ସତ୍‌ପରାୟଣ ହୋଇପାରନ୍ତି।

ଧନୁ- ଆଧ୍ୟାତ୍ମବାଦୀ ହୋଇପାରନ୍ତି। ମନରେ ବିନୀତ ଭାବ ଉଦୟ ହୋଇପାରେ। ସକଳ ଗୁଣର ଅଧିକାରୀ ହେବେ। କାବ୍ୟ ଶାସ୍ତ୍ରାନୁଯୁକ୍ତ ହୋଇପାରନ୍ତି। ସରକାରୀ ସ୍ତରରୁ ଧନ ମିଳିପାରେ। ଯେସାକୁ ତେସା ନୀତିଯୁକ୍ତ ହେବେ।

ମକର- ସତ୍ୟଧର୍ମ ପରାୟଣ ହେବେ। ଈଶ୍ବରୀୟ ବିଭୂତିପ୍ରାପ୍ତ ହୋଇପାରନ୍ତି। ଏକ ମାନବୋଚିତ୍ତ କାର୍ଯ୍ୟ କରି ପ୍ରଂଶସା ପ୍ରାପ୍ତ ହେବେ। ପ୍ରତିଶୋଧ ପରାୟଣ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

କୁମ୍ଭ- ବୀଜ ଯେପରି ନୂତନ ତରୁକୁ ଜନ୍ମ ଦେବା ପାଇଁ ନିଜକୁ ବିଦୀର୍ଣ୍ଣ କରିଦିଏ, ସେହିପରି ଜଗତ ଜନଙ୍କ କଲ୍ୟାଣ ପାଇଁ ସାହିତ୍ୟ ଆପଣଙ୍କୁ ଦୃଢ଼ମନା ଓ କଠିନ ସ୍ବଭାବ କରିପାରେ। ସାହିତ୍ୟାନୁରାଗୀ ହେବେ।

ମୀନ- କୁଳ ଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପରିବାର ପ୍ରତି ସ୍ନେହ, ସଦ୍ଦିଚ୍ଛା ଭାବ ରହିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories