www.samajalive.in
Monday, December 8, 2025
27.1 C
Bhubaneswar

ବିଶ୍ବ ପର୍ଯ୍ୟଟନ ଦିବସ

ଭୁବନେଶ୍ବର : ପ୍ରତିବର୍ଷ ସେପ୍ଟେମ୍ବର ୨୭ରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ ହୋଇ ଆସୁଛି। ୧୯୮୦ରେ ପ୍ରଥମଥର ପାଇଁ ଏହି ଦିବସ ପାଳନ କରାଯାଇଥିଲା। ବିଶ୍ବର ବିଭିନ୍ନ ଦେଶର ଲୋକଙ୍କୁ ପରସ୍ପରର ନିକଟତର ହେବାର ସୁଯୋଗ ଦେବା, ଅର୍ଥନୀତିକୁ ଶକ୍ତିଶାଳୀ କରିବା ସହ ସାଂସ୍କୃତିକ ସମ୍ପର୍କକୁ ମଜଭୁତ୍‌ କରିବା ଏହି ଦିବସ ବାର୍ତ୍ତା ପ୍ରଦାନ କରିଥାଏ। ଏଥିସହ ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ବିକାଶରେ ପର୍ଯ୍ୟଟନର ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ଉଦ୍ଦେଶ୍ୟ। ‘ପର୍ଯ୍ୟଟନ ଓ ଶାନ୍ତି’କୁ ଚଳିତବର୍ଷର ବିଷୟବସ୍ତୁ ଭାବେ ରଖାଯାଇଛି। ପର୍ଯ୍ୟଟକମାନେ ବିଭିନ୍ନ ଦେଶ ବୁଲି ସେଠାକାର ସଂସ୍କୃତି ସମ୍ପର୍କରେ ଜାଣିବାକୁ ଏହି ଦିବସ ଉତ୍ସାହିତ କରିଥାଏ। ପର୍ଯ୍ୟଟନର ବିକାଶ ଫଳରେ ରୋଜଗାର ସୃଷ୍ଟି ସହ ଅନେକ ସୁଦୂରପ୍ରସାରୀ ପ୍ରଭାବ ପଡ଼ିଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories