www.samajalive.in
Tuesday, December 9, 2025
16.1 C
Bhubaneswar

ବଢ଼ୁଛି ସମୁଦ୍ର ଜଳର ଅମ୍ଲତ୍ବ, ଜଳଚରଙ୍କ ପ୍ରତି ବିପଦ

ବାୟୁମଣ୍ଡଳରେ ଅଙ୍ଗାରକାମ୍ଲସ୍ତର ବୃଦ୍ଧି ପାଉଥିବା ବେଳେ ଏହାର କୁପ୍ରଭାବ ସମୁଦ୍ର ଜଳ ଉପରେ ପଡୁଛି। ଏକ ଅନୁସନ୍ଧାନ ଅନୁଯାୟୀ ସମୁଦ୍ର ଜଳରେ ଅମ୍ଲତ୍ବ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସମୁଦ୍ରରେ ରହୁଥିବା ଜଳଚର ଜୀବ ଧୀରେ ଧୀରେ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ପୋଷ୍ଟଡାମ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କ୍ଲାଇମେଟ୍‌ ଇମ୍ପାକ୍ଟ ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ ବାୟୁମଣ୍ଡଳରେ ଅଙ୍ଗାରକାମ୍ଲ ମାତ୍ରା ବୃଦ୍ଧି ପାଇବା ଫଳରେ ପୃଥିବୀରେ ରହୁଥିବା ଜୀବଜଗତ ପ୍ରତି ବିପଦ ସୃଷ୍ଟି ହୋଇଛି। ଏଥିସହ ସମୁଦ୍ର ଜଳର ଅମ୍ଲତ୍ବ ମଧ୍ୟ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏପରି ସ୍ଥିତି ସମୁଦ୍ରରେ ରହୁଥିବା ଜଳଚର ଜୀବଙ୍କ ନିମନ୍ତେ ଶୁଭଙ୍କର ନୁହେଁ। ଅନେକ ଜଳଚର ପ୍ରାଣୀ ଅମ୍ଲତ୍ବ ବୃଦ୍ଧି କାରଣରୁ ନିଶ୍ଚିହ୍ନ ହେବା ଆଶଙ୍କା ରହିଛି। ସେହିପରି ସମୁଦ୍ରରେ ଥିବା ପ୍ରବାଳ ପ୍ରାଚୀର ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ୁଛି। ପ୍ରବାଳ ପ୍ରାଚୀର ରଙ୍ଗହୀନ ହୋଇ ଯାଉଥିବା ବେଳେ ଆଗାମୀଦିନରେ ଏହା ସମ୍ପୂର୍ଣ୍ଣ ଭାବେ ଲୋପ ପାଇବା ଆଶଙ୍କା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories