www.samajalive.in
Saturday, December 13, 2025
26.1 C
Bhubaneswar

ଘରକାମ ଚାଲିଥିବା ବେଳେ ଭୁଶୁଡି ପଡ଼ିଲା ପାଚେରୀ, ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ଫୁଲବାଣୀ :ସ୍ଥାନୀୟ ବ୍ରାହ୍ମଣ ସାହି ଠାରେ ଏକ ଘରକାମ ଚାଲିଥିବା ବେଳେ ପାଚେରୀ ଭୁଶୁଡି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟ ହୋଇଛି। ମୃତକ ଜଣକ ଟିକାବାଲି ଥାନା ସୁନାପାଙ୍ଗା ପ୍ରଧାନ ସାହିର କଳାକୃଷ୍ଣ ଭୋଇ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, କଳାକୃଷ୍ନ ତାଙ୍କ ପୁଅ ଓ ସ୍ତ୍ରୀଙ୍କ ସହ ବ୍ରାହ୍ମଣ ସାହିର ଜନୈକ ବ୍ୟକ୍ତିଙ୍କ ଘର ତିଆରି କାମରେ ନିୟୋଜିତ ଥିଲେ। ଏହି ସମୟରେ ପାଖରେ ଥିବା ଏକ କାନ୍ଥ ଭୁଶୁଡି ପଡ଼ିଥିଲା। ଫଳରେ ସେ କାନ୍ଥ ତଳେ ଚାପିହୋଇ ରହି ଯାଇଥିଲେ। ପାଖରେ ଥିବା ଅନ୍ୟ ଶ୍ରମିକଙ୍କ ସହ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର ପରେ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତ କଳାକୃଷ୍ଣଙ୍କ ସ୍ତ୍ରୀ ଜଲି ଭୋଇ ଫୁଲବାଣୀ ଟାଉନ ଥାନାରେ ଏକ ଲିଖିତ ଏତଲା ଦେବା ପରେ ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ କନକ କୁମାର ମାଝୀ ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories